ସାମାନ୍ୟ ଟଙ୍କା ନେଣଦେଣକୁ ନେଇ ସାଙ୍ଗର ହତ୍ୟା କଲା ସାଙ୍ଗ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁଟୁଳାମହୁଳ ଗାଁରୁ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୃତକ ଜଣକ ହେଲେ ବନ୍ଦେଇପଦ ଗାଁର ସୁଶୀଲ ସାହୁ । ଏହି ହତ୍ୟାକାଣ୍ତର ଅଭିଯୁକ୍ତ ଫେରାର୍ ଥିବା ନେଇ ସୂଚନା ରହିଛି ।
ସୂଚନା ଅନୁସାରେ, ସୁଶୀଲ ସାହୁ ଗତକାଲି ପୁଟୁଳାମହୁଲ ଗାଁ'କୁ ଯାଇଥିଲେ ଯେଉଁଠି ସେ ତାଙ୍କ ବନ୍ଧୁ ପିଣ୍ଟୁ ସାହୁଙ୍କ ସହ ବସି ମଦ୍ୟପାନ କରିଥିଲେ ହେଲେ ଉକ୍ତ ସମୟରେ ଉଭୟଙ୍କ ମଧ୍ୟରେ କୌଣସି କାରଣ ନେଇ ବଚସା ଆରମ୍ଭ ହୋଇଥିଲା । ଯାହା ପରେ ପୁଣ୍ଟି ରାଗି ଯାଇ ଏକ ଠେଙ୍ଗାରେ ନିଜ ବନ୍ଧୁ ସୁଶୀଲ ସାହୁଙ୍କୁ ପିଟି ପଟି ହତ୍ୟା କରିଥିଲା ।
Social Footer