Breaking News

ଟ୍ରକ୍ – ଟ୍ୟାଙ୍କର ମୁହାଁ ମୁହିଁ ଧକ୍କା, ଦୁଇ ଡ୍ରାଇଭର ଗୁରୁତର ଆହତ

 

କଟକ-ପାରାଦ୍ୱୀପ ଜାତୀୟ ରାଜପଥ ନିକଟସ୍ଥ ଗତିରାଉତ ପାଟଣା ଅଂଚଳରେ ଏକ ଅଘଟଣ ଘଟିଯାଇଛି । ଟ୍ରକ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦୁଇ ଜଣ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । 

ସୂଚନା ଅନୁସାରେ ଆଜି ସକାଳୁ କଟକ ଅଭିମୁଖେ ଏକ ଧାନମଣ୍ଡି ଟ୍ରକ ଆସୁଥିବା ସମୟରେ କନ୍ଦରପୁର ଆଡକୁ ଏକ ଖାଲି ତେଲ ଟ୍ୟାଙ୍କର ଯାଉଥିଲା । ଏହି ସମୟରେ ଉଭୟ ସାମ୍ନାସାମ୍ନି ଧକ୍କା ହୋଇଥିଲେ । ଏହାସହ ତେଲ ଟ୍ୟାଙ୍କର ପଛ ପଟୁ ଆସୁଥିବା ଏକ ହାଇୱା ମଧ୍ୟ ପଛରୁ ପିଟି ହୋଇଯାଇଥିଲା । ଯାହା ଫଳରେ ଦୁଇ ଜଣ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି । ତେବେ ଏନେଇ ଖବର ପାଇ ସି ଆର୍ ଆର୍ ଆଇ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି । ଏହାସହ ଆହତଙ୍କୁ ଉଦ୍ଧାର କରି ଏସସିବିରେ ଭର୍ତ୍ତି କରାଯାଇଛି ।

Type and hit Enter to search

Close