ମଂଞ୍ଚ ଭୁଶୁଡ଼ିଲା: ୭ ଜଣଙ୍କ ମୃତ୍ୟୁ; ମହିଳା ଓ ଶିଶୁଙ୍କ ସମେତ ୭୦ରୁ ଊର୍ଦ୍ଧ୍ବ ଆହତ

 

ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି। ବାଗପତରେ ଭଗବାନ ଆଦିନାଥଙ୍କ ନିର୍ବାଣ ଲଡ଼ୁ ମହୋତ୍ସବର ଏକ କାଠ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ୭ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି।

ମଞ୍ଚ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ଦଳାଚକଟା ସ୍ଥିତି ଉପୁଜିଥିଲା। ସୂଚନା ପାଇ ପୋଲିସ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଅପରପକ୍ଷରେ ଭଗ୍ନାବଶେଷ ତଳେ ଚାପି ହୋଇ ୭୦ ରୁ ଅଧିକ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

ତେବେ ଏହି ଅଘଟଣ ପରେ ତୁରନ୍ତ ଆମ୍ବୁଲାନ୍ସ ନମିଳିବାରୁ ଆହତମାନଙ୍କୁ ଏକ ଇ-ରିକ୍ସାରେ ଡାକ୍ତରଖାନା ନିଆଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ବଡୋତ କୋତୱାଲି ଇନ୍ସପେକ୍ଟର ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତଙ୍କ ମଧ୍ୟରେ ପ୍ରାୟ ୧୫ ଜଣ ପୋଲିସ କର୍ମୀ ମଧ୍ୟ ରହିଛନ୍ତି।

Share this post

Previous Post Next Post