Breaking News

ଘନ କୁହୁଡ଼ି ସାଜିଲା କାଳ: ଟ୍ରକ ପଛରେ ପିଟି ହେଲା ଓମଫେଡ କ୍ଷୀର ଭ୍ୟାନ୍, ୨ ଗୁରୁତର

 

ଆଜି ସକାଳୁ ସକାଳୁ କଟକର ତେଲେଙ୍ଗାପେଣ୍ଠ ଛକରେ ଏକ ଓମଫେଡ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଗାଡ଼ିର ହେଲପର ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। 

ସୂଚନା ଅନୁସାରେ, ଓମ୍‌ଫେଡ୍ ଗାଡ଼ି ନରାଜ କ୍ଷୀର ପ୍ଲାଣ୍ଟରୁ ନଖରା ଅଭିମୁଖେ ଯାଉଥଲା । ଏହି ସମୟରେ ତେଲେଙ୍ଗାପେଣ୍ଠ ଛକରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାଜ୍ୟରେ ଘନ କୁହୁଡି ଜାରି ରହିଛି । ଘନ କୁହୁଡି ପାଇଁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଓମଫେଡ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ହେଲପର ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି କରିଥିଲା ।

Type and hit Enter to search

Close