ବ୍ରହ୍ମପୁର, ୨୬/୧ (ଅଭିଜିତ କର): ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ପଡିଆ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଗଞ୍ଜାମ ଜିଲ୍ଳାର ଅତିରିକ୍ତ ଜିଲ୍ଲାପାଳ, ଡକ୍ଟର ପ୍ରମୋଦ କୁମାର ପୃଷ୍ଟି ଯୋଗଦେଇ ସ୍ବାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଅଭିବାଦନ ଗ୍ରହଣ କରିଥିଲେ । ଏହି ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ବ୍ରହ୍ମପୁର ଉପ ଜିଲ୍ଲାପାଳ, ଦୀନା ଦସ୍ତଗିର (ଭା.ପ୍ର.ସେ), ଡକ୍ଟର ସର୍ବଣା ବିବେକ ଏମ , (ଭା.ପୋ.ସେ), ଆରକ୍ଷୀ ଅଧିକ୍ଷକ, ପୂର୍ବତନ ବିଧାୟକ ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଅନୁଷ୍ଠିତ ଏହି ଉପଖଣ୍ଡ ସ୍ତରୀୟ ପ୍ୟାରେଡରେ ୩୯ଟି ଦଳ ଓ ୮ଟି ଶାରୀରିକ କ୍ରୀଡାରେ ଅଂଶ ଗ୍ରହଣ କରିଥିବା ବେଳେ, ଏହି ପ୍ୟାରେଡକୁ ପ୍ୟାରେଡ୍ କମାଣ୍ଡର ଆର୍.ଆଇ.ଅଫ୍ ପୋଲିସ୍ ଏମ.ଲକ୍ଷ୍ମୀ ରଞ୍ଜନ, ସେକେଣ୍ଡ ଇନ୍ କମାଣ୍ଡ, ସର୍ଜେଣ୍ଟ ଶ୍ରୀ ପ୍ରସନ୍ନ କୁମାର ଦାସ ପରିଚାଳନା କରିଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଜାତି ଉଦ୍ଦେଶ୍ୟରେ ଦୀର୍ଘ ଦିନର ପରାଧିନତାର ଶୃଙ୍ଖଳାରୁ ମୁକ୍ତି କରି ଆମକୁ ଅମୂଲ୍ୟ ସ୍ଵାଧୀନତା ଉପହାର ଦେଇଥିବା ମହାନ ମନସୀ ଭଗତ ସିଂ, ମଙ୍ଗଳ ପାଣ୍ଡେ, ରାଣୀ ଲକ୍ଷ୍ମୀବାଇ ଠାରୁ ଆରମ୍ଭ କରି ଜାତିର ପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁବାଷ ବୋଷ, ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଏହି ଶୁଭ ଦିନରେ ଭକ୍ତି ପୁକ୍ତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଭାରତ ଆଜି ବିଶ୍ୱରେ ଏକ ପ୍ରମୁଖ ଶକ୍ତି ଭାବରେ ଠିଆ ହୋଇଛି, ପ୍ରତିରକ୍ଷା ଠାରୁ ଆରମ୍ଭ କରି ମହାମାରୀ ବିରୁଦ୍ଧରେ ଯୁଦ୍ଧ କରିବା କ୍ଷେତ୍ରରେ ଆମ୍ଭେ ଆମ ବିଶ୍ଵାସର ସହ ଆଗେଇ ଚାଲିଛି ।
ଭାରତୀୟ ପରମ୍ପରା, ଐତିହ ଓ ସଂସ୍କୃତି ହେଉଛି ବିଶ୍ଵର ଅତୁଲିନୀୟ ବିଭବ, ଆଜିର ଦିନ ହେଉଛି ପ୍ରେରଣା ଓ ପ୍ରତିଜ୍ଞାର ଦିନ, ଏହି ଜନ ରାଜ୍ୟ ଦିବସରେ ଶପଥ ନେବା, ଆମେ ସମସ୍ତେ ମିଳିମିଶି ଏକ ସମୃଦ୍ଧ ଓ ବିକଶିତ ଗଞ୍ଜାମ ଜିଲ୍ଲା ଗଠନ ପାଈଁ କାର୍ଯ୍ୟ କରିବା ବୋଲି ଆହ୍ବାନ ଦେଇଥିଲେ । ଗଞ୍ଜାମ ଜିଲ୍ଲା ପାଇଁ ଅନୁମୋଦିତ ହୋଇଥିବା ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଏବଂ କଳା, ସଂସ୍କୃତି, ସାହିତ୍ୟ କ୍ଷେତ୍ରରେ କିପରି ଶକ୍ତିଶାଳୀ କରିବା, ରାଷ୍ଟ୍ରର ଏକତା ଓ ଅଖଣ୍ଡତାର ସକାଶେ ପ୍ରତ୍ୟେକ ନାଗରିକଙ୍କୁ ଉତ୍ସାହ ଆଣୁଥିବା ଜଣାଇଥିଲେ।
ଏହି ଐତିହାସିକ ଦିବସ ବ୍ରହ୍ମପୁର ସହରରେ ମହା ସମାରୋହର ସହିତ ଆଡମ୍ବର ସହକରାରେ ପାଳିତ ହୋଇଥିବା ବେଳେ, ଏହି ଦିବସରେ ପ୍ୟାରେଡ ପ୍ରଦର୍ଶନ କ୍ଷେତ୍ରରେ ସିନିୟର୍ ଡିଭିଜନ୍ ଏନ୍.ସି.ସିରେ ପ୍ରଥମ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର (ଆର୍ମି), ଦ୍ଵିତୀୟ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ (ନାଭାଲ), ଜୁନିୟର୍ ଡିଭିଜନ୍ ଏନ୍.ସି.ସି. (ବାଳିକା)ରେ ପ୍ରଥମ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ (ଆର୍ମି), ଦ୍ଵିତୀୟ ନ୍ୟୁ ଡି.ପଲ୍ ସ୍କୁଲ (ଆର୍ମି), ଜୁନିୟର୍ ଡିଭିଜନ୍ ଏନ.ସି.ସି. (ବାଳକ)ରେ ପ୍ରଥମ: ତକ୍ଷଶିଳା ରେସିଡେନ୍ସିଆଲ ସ୍କୁଲ,(ଆର୍ମି), ଦ୍ଵିତୀୟ: ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନିଲକଣ୍ଠ ନଗର,(ଆର୍ମି ) ସ୍କାଉଟ ଓ ଗାଇଡ୍ ଟ୍ରୁପରେ ପ୍ରଥମ: ଦିଲ୍ଲୀ ପବ୍ଲିକ ବିଦ୍ୟାଳୟ , ବ୍ରହ୍ମପୁର (ଗାଇଡ୍), ଦ୍ଵିତୀୟ: ଭି.ଭି.ଗିରି ବାଳିକା ଉଚ୍ଚ ବିଦ୍ୟାଳୟ (ଗାଇଡ), ସବ୍- ଜୁନିୟର୍ ଡିଭିଜନ୍ ସିଭିଲିୟାନ୍ ରେ ପ୍ରଥମ: କେ.ସି. ପବ୍ଲିକ ସ୍କୁଲ, ଦ୍ୱିତୀୟ : ଡି.ଏ.ଭି ସ୍କୁଲ, ଜୁନିୟର୍ ଡିଭିଜନ୍ ସିଭିଲିୟାନ୍ ରେ ପ୍ରଥମ: ଅମରେଶ୍ଵର ପୋଲିସ୍ ଉଚ୍ଚ ବିଦ୍ୟାଳୟ , ଦ୍ଵିତୀୟ: ବାପୁଜୀ ଶିଶୁ ବିଦ୍ୟା ମନ୍ଦିର, ଆଙ୍କୁଲି, ସିନିୟର୍ ଡିଭିଜନ୍ ସିଭିଲିୟାନ୍ ରେ ପ୍ରଥମ: ଜ୍ଞାନ ବିକାଶ କଲେଜ, ଦ୍ଵିତୀୟ: ମହାମାୟୀ ମହିଳା ମହାବିଦ୍ୟାଳୟ, ପି.ଇ.ଟି ଜୁନିୟର୍ ଗ୍ରୁପ ରେ ପ୍ରଥମ: ନ୍ୟୁ ଡି-ପଲ. ସ୍କୁଲ, ବ୍ରହ୍ମପୁର, ଦ୍ଵିତୀୟ: ତକ୍ଷଶିଳା ରେସିଡେନ୍ସିଆଲ ସ୍କୁଲ ଏବଂ ପି.ଇ.ଟି ସିନିୟର୍ ଗ୍ରୁପ ରେ ପ୍ରଥମ: ଅମରେଶ୍ୱର ପୋଲିସ ଉଚ୍ଚ ବିଦ୍ୟାଳୟ ଦ୍ଵିତୀୟ: ସେଣ୍ଟ୍ ଜାଭିୟର ହାଇସ୍କୁଲ୍ ସିନିୟର୍ ସେକଣ୍ଡାରୀ, ବ୍ରହ୍ମପୁର, ମିନାକ୍ଷୀ ନଗର କୃତ୍ତିତ୍ୟ ଅର୍ଜନ କରିଥିଲେ ।
ଏହି ଦିବସ ପାଇଁ ପୂର୍ବରୁ ଅନୁଷ୍ଠିତ ହୋଇଥିବା ସମସ୍ତ କୃତି ପ୍ରତିଯୋଗି ମାନଙ୍କୁ ମୁଖ୍ୟ ଅତିଥିଙ୍କ ପୁରସ୍କୃତ କରାଯାଇଥିବା ବେଳେ, ଏହି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତ ପ୍ରତିଯୋଗିତା ମାନଙ୍କୁ ମୁଖ୍ୟ ଅତିଥି ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ସେହିପରି ସନ୍ଧ୍ୟାରେ ଏହି ଉପଲକ୍ଷେ ଜିଲ୍ଲା ସଂସ୍କୃତି ଭବନ, ବ୍ରହ୍ମପୁର ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ବ୍ରହ୍ମପୁର ଉପ ଜିଲ୍ଲାପାଳ ଦୀନା ଦସ୍ତଗୀରଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୩ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲୋକନାଥ ଶତପଥି ପରିଚାଳନା କରିଥିବା ବେଳେ, କାର୍ଯ୍ୟାଳୟର ଅନ୍ୟ ସମସ୍ତ କର୍ମଚାରୀ ମାନେ ପରିଚାଳନରେ ସହଯୋଗ କରିଥିଲେ।
Social Footer