ତିରୁଅନନ୍ତପୁରମ୍ର ଅତିରିକ୍ତ ଜିଲ୍ଲା ସେସନ୍ସ କୋର୍ଟ ୨୦୨୨ ଶାରୋନ ରାଜ (୨୩ )ହତ୍ୟା ମାମଲାରେ ଅଭିଯୁକ୍ତ ପ୍ରେମିକା ଗ୍ରୀଷ୍ମାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଦୁଇ ଜଣ ପରସ୍ପରକୁ ଭଲ ପାଉଥିଲେ। କିନ୍ତୁ ବାହାଘର ଆଉ ଗୋଟିଏ ପିଲା ସହ ଠିକ ହେବାରୁ ପ୍ରେମ ସମ୍ପର୍କକୁ ଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଥିଲେ ପ୍ରେମିକା। ଏଥିପାଇଁ କରିଥିଲେ ଷଡ଼ଯନ୍ତ୍ର। ନିଜ ଠାରୁ ଗୋଟିଏ ବର୍ଷ ସାନ ପୁଅକୁ ପ୍ରେମ କରୁଥିବା ପ୍ରେମିକା ଜଣଙ୍କ ବେଶ ଶ୍ରଦ୍ଧାରେ ଘରକୁ ଡାକିଥିଲେ। ଏହାପରେ ତାଙ୍କୁ ଆୟୁର୍ବେଦିକ ପାନୀୟ ନାଁରେ ବିଷ ମିଶାଇ ପିଆଇ ଦେଇଥିଲେ।
ବାସ୍ ୧୧ ଦିନ ଧରି ଜୀବନ ସହ ସଂଘର୍ଷ କରିବା ଶେଷରେ ଆଖି ବୁଜିଥିଲେ ପ୍ରେମିକ। ପ୍ରେମିକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ପ୍ରେମିକାଙ୍କୁ ଆଜି କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ମାତ୍ର ୨୪ ବର୍ଷ ବୟସରେ ଜଣେ ଯୁବତୀ ଫାଶୀ ଦଣ୍ଡରେ ଦଣ୍ଡିତ ହେବା ଭାରତରେ ମଧ୍ୟ ପ୍ରଥମ ଘଟଣା ହୋଇଛି।
ନେୟାତିଙ୍କରା ଅତିରିକ୍ତ ସେସନ୍ସ କୋର୍ଟ ଏହା ଏକ ବିରଳତମ ମାମଲା, ତେଣୁ ଗ୍ରୀଷ୍ମାଙ୍କ ବୟସକୁ ବିଚାରକୁ ନିଆଯାଇ ପାରିବ ନାହିଁ ବୋଲି ଦର୍ଶାଇ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ପୂର୍ବରୁ ପ୍ରତିପକ୍ଷ ନିଜ ଯୁକ୍ତିରେ ଦର୍ଶାଇଥିଲେ ଯେ ସେ ଜଣେ ଯୁବତୀ, ଯାହାର ଶିକ୍ଷାଗତ ରେକର୍ଡ ଆଶାଜନକ ଥିଲା ଏବଂ ସେ ସଂସ୍କାର ପାଇଁ ସୁଯୋଗ ପାଇବାକୁ ଯୋଗ୍ୟ।
୨୦୨୨ ମସିହା ଅକ୍ଟୋବର ୨୫ ତାରିଖରେ ଆଭ୍ୟନ୍ତରୀଣ ଅଙ୍ଗ ବିଫଳ ହେବା ପରେ ତିରୁଅନନ୍ତପୁରମ୍ ଉପକଣ୍ଠ ପାରାସଲାରେ ରହୁଥିବା ଶାରୋନ ରାଜଙ୍କର ମୃତ୍ୟୁ ହୋଇଥିଲା। ତଦନ୍ତ ପରେ ତାଙ୍କୁ ବିଷ ଦିଆଯାଇଥିବା ଜଣାପଡ଼ିଥିଲା। ଗ୍ରୀଷ୍ମାଙ୍କ ପ୍ରେମିକ ଶାରୋନ ତାଙ୍କ ସହ ସମ୍ପର୍କ ଶେଷ କରିବାକୁ ମନା କରିବା ପରେ ଗ୍ରୀଷ୍ମା ତାଙ୍କୁ ଆୟୁର୍ବେଦୀୟ ପାନୀୟରେ ବିଷ ମିଶାଇ ପିଇବାକୁ ଦେଇଥିଲେ। ଗ୍ରୀଷ୍ମାଙ୍କ ପିତାମାତା ତାଙ୍କୁ ଅନ୍ୟତ୍ର ବିବାହ ଦେବାକୁ ଠିକ୍ କରିଥିବାରୁ ସେ ଶାରୋନଙ୍କଠାରୁ ମୁକ୍ତି ପାଇବା ପାଇଁ ଏପରି କରିଥିଲେ।
Social Footer