• ଜନତା ସ୍ୱାର୍ଥରେ କାର୍ଯ୍ୟ କରିଥିବାରୁ କର୍ପୋରେଟରଙ୍କୁ ସାଧୁବାଦ ଦେଲେ ବିଧାୟକ
ବ୍ରହ୍ମପୁର, ୧୫/୧୨(ଅଭିଜିତ କର): ସ୍ଥାନୀୟ ଦେଶୀ ବେହେରା ସାହି ଠାରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏକ ଓପେନ୍ ଜିମ୍ ଓ ଶିଶୁ ଉଦ୍ୟାନ ଓ ଶୌଚାଳୟ ଗୃହର ଶୁଭ ଉଦ୍ଘାଟନ ହୋଇଯାଇଛି । ୭ ନମ୍ବର ଓ୍ବାର୍ଡର କର୍ପୋରେଟର ଟି.କିଶୋରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାର, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ଅର୍ବାନ ବ୍ୟାଙ୍କ ସଭାପତି ଆର୍. ମୂରଲୀ ମୋହନ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉଦ୍ୟାନର ଶୁଭ ଉଦ୍ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଧାୟକ ଶ୍ରୀ ଅନିଲ ମତ ବ୍ୟକ୍ତ କରିଛନ୍ତି ଯେ, ଦୀର୍ଘ ଦିନ ଧରି ଅବ୍ୟସ୍ଥରେ ରହିଥିବା ଏହି ସ୍ଥାନକୁ ନିଗମ ପକ୍ଷରୁ ଜନ ସାଧାରଣଙ୍କ ସ୍ୱାର୍ଥରେ ବ୍ୟବହାର କରିଥିବାରୁ ନିଗମ କତୃପକ୍ଷଙ୍କୁ ସାଧୁବାଦ ଜଣାଇଥିଲେ ।
ସେହିପରି ମେୟର ଶ୍ରୀମତୀ ଦଳାଇ କହିଛନ୍ତି ଯେ, ଅଞ୍ଚଳବାସୀଙ୍କ ପାଇଁ ଏହି ଉଦ୍ୟାନ ନିର୍ମାଣ ପାଇଁ କର୍ପୋରେଟର ଶ୍ରୀ ପାତ୍ର ବହୁ ଦିନ ଧରି ନିଗମରେ ଦାବି କରିଆସୁଥିବା ବେଳେ ଆଜି ତାହା ତାଙ୍କ ଉଦ୍ୟମରେ ଉଦ୍ଘାଟିତ ହୋଇପାରିଛି । ସ୍ଥାନୀୟ ଅଞ୍ଚଳବାସୀଙ୍କ ଉତ୍ତମ ସ୍ଵାସ୍ଥ୍ୟ ଓ ଶିଶୁଙ୍କ ମନୋରଞ୍ଜନକୁ ନଜରରେ ରଖି ନିଗମ ପକ୍ଷରୁ ଏହି ପାର୍କ ଓ ଜିମ୍ ତିଆରି କରାଯାଇଛି । ଏଥୁରେ ଜିମ୍ ଉପକରଣ ସମେତ ଶିଶୁଙ୍କ ଖେଳିବା ପାଇଁ ଅନେକ ସାମଗ୍ରୀ ସହ ସାଧାରଣ ଲୋକଙ୍କ ନିମନ୍ତେ ଶୌଚାଳୟ ବ୍ୟବସ୍ଥା କରାଯାଇଥିବାରୁ ନିଗମ କତୃପକ୍ଷଙ୍କୁ କର୍ପୋରେଟର ଶ୍ରୀ ପାତ୍ର ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କର୍ପୋରେଟର ସୁରେନ୍ଦ୍ର ମହାରଣା, ନୀଳକଣ୍ଠ ସାହୁ, ପାର୍ବତୀ ପ୍ରଧାନ, ପ୍ରଦୀପ ଶତପଥୀ, ଡି.କରୁଣାକର, ପ୍ରଶାନ୍ତ ପଟ୍ଟନାୟକ, ବିଧାୟକ ପ୍ରତିନିଧୂ ଅଶୋକ ଶୁକ୍ଳ, ବରିଷ୍ଠ ନେତା ଟି.ଗୋପୀଙ୍କ ସମେତ ବହୁ ଅଞ୍ଚଳବାସୀ ଓ ନିଗମର ବହୁ କର୍ପୋରେଟର ମାନେ ଯୋଗଦେଇ ଉଦ୍ଘାଟନ ଉତ୍ସବରେ ସାମିଲ୍ ହୋଇଥିଲେ ।
Social Footer