ବ୍ରହ୍ମପୁର, ୧୨/୧ (ଅଭିଜିତ କର): ସ୍ବାମୀ ବିବେକାନନ୍ଦଙ୍କ ୧୬୨ତମ ଜୟନ୍ତୀ ଯଥା ଜାତୀୟ ଯୁବ ଦିବସ ଅବସରରେ "ଯୁବ ସମାଜ ସଚେତନ ହେଲେ ନିଶାମୁକ୍ତ ଭାରତ ଗଠନ ସମ୍ଭବ "ଏହି ବାର୍ତ୍ତା ଯୁବ ସମାଜକୁ ସଂକଳ୍ପ ନେବା ପାଇଁ ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଉଦ୍ୟମ ଜାରି ରହିଛି । ସ୍ଥାନୀୟ ଏମ. କେ.ସି.ଜି. ମେଡିକାଲ କଲେଜ ସମ୍ମୁଖ ଠାରୁ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ନିର୍ମାଣ ସକାଶେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଯୁବକ ଯୁବତୀ ମାନଙ୍କୁ ନେଇ ଏକ ସୁସଜ୍ଜିତ ସ୍ବାମୀଜୀଙ୍କ ରଥ ସହର ପରିକ୍ରମା କରିବା ସହ ସ୍ୱାମୀଜୀଙ୍କ ବାଣୀ ଯୁବ ସମାଜକୁ ଆହ୍ବାନ କରିବା ସହ ପ୍ରେରଣା ଯୋଗାଇଥିଲା।
କ୍ରାନ୍ତିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ.ଦେବାନନ୍ଦ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଜୟନ୍ତୀ ଓ ପଦଯାତ୍ରା କାର୍ଯକ୍ରମରେ ପୂର୍ବତନ ମେୟର ଶିବ ଶଙ୍କର ଦାସ, ମହାନ୍ ସଙ୍ଘ ସଭାପତି ସୁଶାନ୍ତ କୁମାର ସାବତ, ହୋଲି ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜିର ଚେୟାରମେନ ରାଜେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ମେଡିକାଲ କଲେଜ ପରିସରରେ ଥିବା ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପମାଳ ଅର୍ପଣ କରିଥିଲେ । ଏହି ପଦଯାତ୍ରାରେ ବିଭିନ୍ନ ସମାଜସେବୀ ଅନୁଷ୍ଟାନର ସ୍ବେଚ୍ଛାସେବୀ ସଂସ୍ଥା ଓ ବହୁ ଛାତ୍ରଛାତ୍ରୀ ଏବଂ ପ୍ରାୟ ୯୦୦ ଯୁବକ ଯୁବତୀ ମାନେ ଏହି ଶୋଭାଯାତ୍ରାରେ ଯୋଗଦେଇ ସ୍ବାମୀଜୀଙ୍କ ଉଦ୍ଦେଶ୍ୟରେ ସ୍ଲୋଗାନ ଦେଇଥିଲେ ।
ପରେ ହିଲିପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ସମ୍ମୁଖରେ ଏକ ଆଧ୍ୟାତ୍ମିକ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ରୁପେ ପ୍ରେସ କ୍ଲବ ବ୍ରହ୍ମପୁରର ସମ୍ପାଦକ ପ୍ରହ୍ଲାଦ ସାହୁ, ସହ ସମ୍ପାଦକ ଗୋପାଳ ରେଡ୍ଡୀ ଓ ସାମନ୍ତରାୟ ଏକାଡେମୀର ନିର୍ଦ୍ଦେଶକ ଦେବେଶ ସାମନ୍ତରାୟ ପ୍ରମୁଖ ଯୋଗଦେଇ ସ୍ୱାମୀଜୀଙ୍କ ଯୁବ ସମାଜ ପ୍ରତି ଗୁରୁତ୍ଵକୁ ସରଳ ଭାଷାରେ ବୁଝାଇ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କ୍ରାନ୍ତି ଅନୁଷ୍ଟାନର ନିର୍ମଳା ଦାଶ, ଦେବରାଜ ରାଉତ, ସରୋଜ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ବି.ସଞ୍ଜୟ ପାତ୍ର, ଅନିଲ କୁମାର ସେଠୀ ଓ ଚିନ୍ମୟାନନ୍ଦ ଦାଶ, ପ୍ରଭାତ କୁମାର ପାଢ଼ୀ ଏବଂ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
Social Footer