Breaking News

ଭାରସାମ୍ୟ ହରାଇ ଓଲଟିଲା ପିକଅପ ଗାଡ଼ି : ୨୨ ଆହତ , ୮ ଗୁରୁତର

 

ନାମ ସଙ୍କିର୍ତ୍ତନ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା । ପିକଅପ ଗାଡ଼ି ଓଲଟି ୨୨ ଆହତ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କଦଳୀଗଡ ବିଶିପାଲି ଛକରୁ ବୀରମହାରାଜପୁରକୁ ଯାଇଥିବା ରାସ୍ତାର ଧଉରାଖମଣ ଗାଁ ନିକଟରେ ଦୁର୍ଘଟଣା ଘଟିଛି ।

ବୌଦ୍ଧ ଜିଲ୍ଲା ନାରାୟଣ ନଗରକୁ ନାମ ସଂକିର୍ତ୍ତନ କରିସାରି ୩୦ରୁ ଅଧିକ ଲୋକଙ୍କୁ ଧରି ଏକ ପିକଅପ ଗାଡ଼ି ସୁବଳୟା ଟାମକିଆଦାଦର ଗାଁକୁ ଫେରୁଥିଲା ।  ଧଉରାଖମଣ ଗ୍ରାମ ନିକଟ ଏକ ବୁଲାଣି ଠାରେ ଭାରସାମ୍ୟ ହରାଇ ଓଲଟି ଯିବାରୁ ସମସ୍ତେ ଗୁରୁତର ଆହାତ ହୋଇଥିଲେ ।  ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଜିଲ୍ଲା ମୁଖ୍ୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ଆହାତ ମାନଙ୍କୁ ସୁବଳୟା ମେଡିକାଲରେ ଭର୍ତ୍ତି କରାଯାଇଛି । ୪ଜଣ ଗୁରୁତରଙ୍କୁ ବୌଦ୍ଧ ମେଡିକାଲରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

Type and hit Enter to search

Close