Breaking News

ମହିଳାଙ୍କ ପାଇଁ ଖୁସିଖବର, ନୂଆବର୍ଷରେ ତିନିଥର ମିଳିବ ସୁଭଦ୍ରା ଟଙ୍କା

 

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଆସିଲା ବଡ ଅପଡେଟ । ଆସନ୍ତା ୨୦୨୫ରେ ହିତାଧିକାରୀଙ୍କୁ ୩ଥର ମିଳିବ ସୁଭଦ୍ରା ଟଙ୍କା । ସମସ୍ତେ ମାଆମାନେ ସୁଭଦ୍ରା ଯୋଜନାର ଲାଭ ପାଇବେ । ଏନେଇ ବଡ ଘୋଷଣା କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।  ସୋମବାର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇ  କହିଛନ୍ତି ଯେ , ୨୦୨୫ ସୁଭଦ୍ରା ଯୋଜନାର ବର୍ଷ ହେବ । ସମସ୍ତ ମା’ମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ । ପ୍ରଥମେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ମାର୍ଚ୍ଚ ୮ରେ ମହିଳା ଦିବସରେ ମିଳିବ ସୁଭଦ୍ରା ଟଙ୍କା । 

ରକ୍ଷା ବନ୍ଧନରେ ବି ସୁଭଦ୍ରା ଟଙ୍କା ମିଳିବ । ଜାନୁଆରୀ ପ୍ରଥମ ସପ୍ତାହରେ ପୂରା ସର୍ଭେ ସରିବ । ଆଜି ଫିଲ୍ଡ ରିପୋର୍ଟ ଆସିବ । ରିପୋର୍ଟ ଅନୁସାରେ ସମସ୍ତ ପଦକ୍ଷେପ ନିଆଯିବ । ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ତଥ୍ୟ ସାମ୍ନାକୁ ଆସିବ। କେତେ ଗ୍ରାଉଣ୍ଡ ରିଅଲିଟିରେ ହେଲା ତାହା ମଧ୍ୟ ସ୍ପଷ୍ଟ ହେବ ।  ଆମେ ସମୟ ଏଥିପାଇଁ ନେଉଛୁ କି ସମସ୍ତଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ । ଯେମିତି କେହି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନ ହୁଅନ୍ତି ତାକୁ ଗୁରୁତ୍ୱ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା ।

Type and hit Enter to search

Close