ଅଟୋ ଓଲଟି ୬ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଏପରି ଏକ ସଡ଼କ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅର୍ଜୁନପୁରରେ ଘଟିଛି। ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ,ଆଜି ବାଲେଶ୍ୱର ଜିଲ୍ଲାରେ ଛାତ୍ରଛାତ୍ରୀମାନେ ଏକ ଅଟୋରେ ଟ୍ୟୁସନ ହେବାକୁ ଯାଉଥିଲେ।
ଏହି ସମୟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟି ପଡିଥିଲା। ଫଳରେ ସେମାନେ ଆହତ ହୋଇଥିଲେ। ତୁରନ୍ତ ସ୍ଥାନୀୟ ଲୋକ, ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି। ରାଜ୍ୟରେ କୁହୁଡି କାରଣରୁ ଦୁର୍ଘଟଣା ଘଟୁଛି। ଯେଉଁ କାରଣରୁ ଲୋକ ଆହତ ହେଉଛନ୍ତି ତ ପୁଣି ମୃତ୍ୟୁ ମଧ୍ୟ ହେଉଛନ୍ତି। ଗାଡ଼ି ଚାଳକଙ୍କ ଅସାବଧାନତା ପାଇଁ ମଧ୍ୟ ଦୁର୍ଘଟଣା ଘଟିଥାଏ।
Social Footer