ବିନା ଅନୁମତିରେ ଜିରୋ ନାଇଟ୍ ସେଲିବ୍ରେସନ୍ ମନା; ଅନୁମତି ନଥିଲେ ହେବ ଦୃଢ଼ କାର୍ଯ୍ୟନୁଷ୍ଠାନ

 

ଜିରୋ ନାଇଟ ସେଲିବ୍ରେସନ ନେଇ ଅବକାରୀ ବିଭାଗର କଟକଣା । ଡିସେମ୍ବର ୩୧ ତାରିଖରେ ଜରୋ ନାଇଟ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଜରୁରୀ । ଅନୁମତି ନ ଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅବକାରୀ କମିଶନର ନରସିଂହ ଭୋଳ ଏମିତି ଚେତାବନୀ ଶୁଣାଇଛନ୍ତି  । ଜାନୁଆରୀ ମଧ୍ୟ ଭାଗ ଯାଏଁ ଏନେଇ ଯାଞ୍ଚ ଜାରି ରଖିବ ବୋଲି ଅବକାରୀ ବିଭାଗ କହିଛି । ବିନା ଅନୁମତିରେ କିଛି ଜାଗାରେ ଜିରୋ ନାଇଟ୍ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ବିଭାଗକୁ ବିଭିନ୍ନ ସୂତ୍ରରୁ ଖବର ଆସିଛି ।  ଏହାକୁ ରୋକିବା ପାଇଁ ଖୁବଶୀଘ୍ର ବିଭାଗ ପଦକ୍ଷେପ ନେବ ବୋଲି ଅବକାରୀ କମିଶନର ନରସିଂହ ଭୋଳ ଚେତାବନୀ ଦେଇଛନ୍ତି ।

Share this post with your friends

Prev Post Next Post