କାରରୁ ୫୨ କିଲୋ ସୁନା ସହ ୯ କୋଟିରୁ ଅଧିକ ନଗଦ ଟଙ୍କା ଜବତ
ଜଙ୍ଗଲ ଭିତରୁ ମିଳିଲା ପୁଳା ପୁଳା ସୁନା ଟଙ୍କା । ଜଙ୍ଗଲ ଭିତରେ ଛିଡ଼ା ହୋଇଥିବା ଏକ କାର ମିଳିଛି ସୁନା ଏବଂ ଟଙ୍କା ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଲରେ ଆୟକର ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ବଡ଼ ଧରଣର ଆଇଟି ଚଢ଼ାଉରେ ଅଧ କ୍ୱିଣ୍ଟାଲ ସୁନା ସହିତ ୯ କୋଟିରୁ ଉର୍ଦ୍ଧ୍ୱ ନଗଦ ଟଙ୍କା । ମାମଲାର ଏବେ ଆଇଟି ବିଭାଗ ଯାଞ୍ଚ ଜାରି ରଖିଛି ।
ମିଳିଥିବା ସୂଚନା ମୁତାବକ, ଆୟକର ବିଭାଗ ଭୋପାଲର ମେଣ୍ଡୋରୀ ଜଙ୍ଗଲରେ ଥିବା ଏକ କାରରେ ଯାଞ୍ଚ କରିଥିଲା । ଯାଞ୍ଚ ଯାହା ମିଳିଲା ତାକୁ ଆକାବାକା ହୋଇଯାଇଥିଲା ଆଇଟି ଟିମ୍ । କାରରୁ ୫୨ କିଲୋଗ୍ରାମ ସୁନା ଏବଂ ୯ କୋଟି ୮୬ ଲକ୍ଷ ଟଙ୍କା ନଗଦ ଟଙ୍କା ମିଳିଛି । ଏକ ଇନୋଭାରେ ଏହି ଟଙ୍କା ଥିଲା ବୋଲି ଆଇଟି ଅଧିକାରୀ କହିଛନ୍ତି । ଏତେ ପରିମାଣ ଟଙ୍କା ଏବଂ ସୁନା କାହାର ସେ ନେଇ ଖୋଳତାଡ଼ ଜାରି ରହିଛି ।
ଏହି ଚଢ଼ାଉରେ ଆୟକର ବିଭାଗର ୧୦୦ରୁ ଅଧିକ ପୋଲିସ କର୍ମଚାରୀ ସାମିଲ ଥିଲେ । ଦୁଇ ଦିନ ଧରି ଲୋକାୟୁକ୍ତ ଏବଂ ଆୟକର ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା । ଏହା ପୂର୍ବରୁ ଆୟକର ବିଭାଗ ଇନ୍ଦୋରର ଏକ ପ୍ରମୁଖ କନଷ୍ଟ୍ରକ୍ସନ୍ କମ୍ପାନୀର ୫୧ଟି ଠିକଣାରେ ଛାପା ମାରିଥିଲା । ଟିକସ ଫାଙ୍କିବା ଏବଂ ବେଆଇନ କାର୍ୟ୍ୟକଳାପ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଚଢ଼ାଉରେ ରାଜ୍ୟରେ ଚା଼ଞ୍ଚଲ୍ୟ ଖେଳି ଯାଇଛି । ଏହା ପୂର୍ବରୁ ମଧ୍ୟ ଆରଟିଓର ଜଣେ କନଷ୍ଟେବଳଙ୍କ ଘର ଓ କାର୍ୟ୍ୟାଳୟରେ ଚଢ଼ାଉ ସମୟରେ ୨ କୋଟି ୮୫ ଲକ୍ଷ ନଗଦ ଟଙ୍କା, ୬୦ କିଲୋ ରୁପା ଏବଂ ୫୦ ଲକ୍ଷ ସୁନା-ହୀରାର ଗହଣା ଜବତ ହୋଇଥିଲା ।