ଭିଜିଲାନ୍ସ ଜାଲରେ ଦୁଇ ଟେକ୍ସଟାଇଲ ଇନ୍‌ସପେକ୍ଟର, ସମବାୟ ସମିତିର ବିଲ୍‌ ରିଲିଜ୍ ପାଇଁ ନେଉଥିଲେ ଲାଞ୍ଚ

 

ଶୁକ୍ରବାର ପୁଣି ଦୁଇ ଜଣ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଲାଞ୍ଚ ନେଉଥିବାବେଳେ ବୌଦ୍ଧ ସହକାରୀ ନିର୍ଦ୍ଦେଶକ ବୟନ ଶିଳ୍ପ କାର୍ଯ୍ୟାଳୟର ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ ଧରାପଡ଼ିଛନ୍ତି । ତାଙ୍କ ନିକଟରୁ ଲାଞ୍ଚ ନେଇଥିବା ୫ ହଜାର ଟଙ୍କା ଜବତ କରାଯାଇଛି । 

ସୂଚନା ଅନୁସାରେ ବାଉଁଶୁଣୀ ସମବାୟ ସମିତିର ବିଲ୍ କରି ଦେବାକୁ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ ଜଣେ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ମାଗିଥିଲେ । ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଏହା ପରେ ଭିଜିଲାନ୍ସ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେବାବେଳେ ଧରିଥିଲା । ତାଙ୍କ ଠାରୁ ୫୦୦୦ ଟଙ୍କା ଜବତ କରାଯାଇଛି ।  ଭିଭିଲାନ୍ସ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସଙ୍କର ଏକାଧିକ ସ୍ଥାନରେ ଚଢ଼ାଉ କରିଛନ୍ତି ।

Share this post with your friends

Prev Post Next Post