Breaking News

ଜନ ସ୍ବାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ ବ୍ରହ୍ମପୁର ଶାଖାର ସମ୍ବର୍ଦ୍ଧନା ସଭା

 

ବ୍ରହ୍ମପୁର,  (ଅଭିଜିତ କର): ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ସ୍ଥିତ ୱାଟକୋ ସେକସନ୍ - ୪ ଯାନ୍ତ୍ରିକ ଭବନ କାର୍ଯ୍ୟାଳୟ ପରିସରରେ ରାଜ୍ୟ ଜନ ସ୍ବାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ ଓଡ଼ିଶା ବ୍ରହ୍ମପୁର ଶାଖା ତରଫରୁ ଶୁକ୍ରବାର ଅପରାହ୍ନରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଇ. ବିକାଶ ଚନ୍ଦ୍ର ପାଢ଼ୀ ଓ ଈ ଅଲେଖ ଦଳାଇ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଥିବା ବେଳେ, ସମସ୍ତ ଏସଡିଓ ଓ ଜେ.ଇ. ମାନେ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ଏହି ଅବସରରେ ସମସ୍ତ ଅତିଥି ମାନଙ୍କୁ ଯାନ୍ତ୍ରିକ ସମ୍ମାନ ସହ ସମସ୍ତ ଏସଡିଓ ଓ ଜେଇ ମାନଙ୍କୁ ପୁଷ୍ପଗୁଛା ଓ ଉତ୍ତରୀୟ ପ୍ରଦାନ ପୂର୍ବର ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ ଦୀର୍ଘ ଦିନ ଧରି ଦାବି ରହିଥିବା ସମସ୍ୟା ଆଜି ପୂରଣ ହେବା ସହ ସର୍ବନିମ୍ନ ଦରମା ଓ ଇପିଏଫ୍ ପ୍ରଦାନ କରିଥିବାରୁ ସଂଘର ପକ୍ଷରୁ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା । 

ଏହି ପରିପ୍ରେକ୍ଷୀରେ ଇ ଶ୍ରୀ ପାଢ଼ୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ଏହି ପ୍ରଚେଷ୍ଟା ମୁଁ ମୋ ପରିବାର ବା ଲୋକଙ୍କ ଭବିଷ୍ୟତ ପାଇଁ କରିଛି, ଏହାସହ ଆଗାମୀ ଦିନରେ କର୍ମଚାରୀ ମାନଙ୍କୁ କିଭଳି ରୂପେ ଏକ କେଟେଗରି ହିସାବରେ ରଖି ସମାନ କାମକୁ ସମାନ ଟଙ୍କା ପାଇବେ ସେନେଇ ପ୍ରୟାସ କରିବି, ଯାହା ସମସ୍ତ କର୍ମଚାରୀ ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ। ଏହାସହ ଅନ୍ୟ ସମୂହ ଦାବି ଗୁଡ଼ିକ ମଧ୍ୟ କିଭଳି ପୂରଣ ହୋଇପାରିବ ସେନେଇ ଚେଷ୍ଟା କରିବି ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ମହାନ୍ତି, ସାଧାରଣ ସମ୍ପାଦକ, ଅଶୋକ କୁମାର ମୁଦୁଲି, ରାଜ୍ୟ କାର୍ଯ୍ୟକାରୀ ସଭାପତି ଆସିଲା କୁମାର ବ୍ରହ୍ମା ଓ ବ୍ରହ୍ମପୁର ଖଣ୍ଡ ସମ୍ପାଦକ ପ୍ରଦୀପ କୁମାର ସିଂ, ସହକାରୀ ଖଣ୍ଡ ସମ୍ପାଦକ ସମ୍ପାଦକ ସୁମନ କୁମାର ପାତ୍ର, ଜିଲ୍ଲା ସମ୍ପାଦକ ପଦ୍ମ ଚରଣ ପାଢ଼ୀଙ୍କ ସମେତ ଅନ୍ୟ ବହୁ କର୍ମକର୍ତ୍ତା ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ ।

Type and hit Enter to search

Close