Breaking News

ଆଜି ପ୍ରୟାଗରାଜ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

 

ଆଜି ଉତ୍ତର ପ୍ରଦେଶ ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମହାକୁମ୍ଭ ମେଳା ପାଇଁ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ। ଏଥିସହ ପ୍ରୟାଗରାଜରେ ୫ ହଜାର ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେବେ। ମଧ୍ୟାହ୍ନରେ ସଙ୍ଗମ୍ ସାଇଟରେ ମା ଗଙ୍ଗାଙ୍କ ପ୍ରାର୍ଥନା ଓ ଦର୍ଶନ କରିବେ। ପରେ ଅକ୍ଷୟବନ ବୃକ୍ଷ ସ୍ଥାନରେ ପୂଜା କରିବେ। ଏହାପରେ ହନୁମାନ ମନ୍ଦିର ଏବଂ ସରସ୍ଵତୀ କୂଅକୁ ଯାଇ ପୂଜା କରିବାର କାର୍ଯ୍ୟକ୍ରମ ରହିଛି। ଦିନ ସାଢେ ୧ଟାରେ ମହାକୁମ୍ଭ ପ୍ରଦର୍ଶନୀ ସ୍ଥାନ ପରିଦର୍ଶନ କରିବେ। ଏହାପରେ ପ୍ରୟାଗରାଜରେ ୫ ହଜାର ୫୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳ ପ୍ରକଳ୍ପ ର ଉଦଘାଟନ କରିବେ। 

ଏଥିରେ ରହିଛି ରେଳ, ସଡକ , ବିଦ୍ୟୁତ୍, ପାନୀୟ ଜଳ, ସ୍ଵାସ୍ଥ୍ୟସେବା ସମ୍ପର୍କିତ ଏକାଧିକ ପ୍ରକଳ୍ପ। ଏଥିସହ ଭରଦ୍ଵାଜ୍ ଆଶ୍ରମ କରିଡର, ଅକ୍ଷୟ ଭଟ୍ଟ କରିଡର, ହନୁମାନ ମନ୍ଦିର କରିଡର ଆଦିର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ। ଏହି ଅବସରରେ ମୋଦୀ କୁମ୍ଭ ସହାୟକ ଚାଟ୍‌ ବଟ୍ ମଧ୍ୟ ଲଂଚ କରିବ। ଯାହାକି ଶ୍ରଦ୍ଧାଳୁ ମାନଙ୍କୁ ମହାକୁମ୍ଭ ମେଳା ୨୦୨୫ ଏବଂ ଏହାର କାର୍ଯ୍ୟକ୍ରମ ବିଷୟରେ ସବିଶେଷ ସୂଚନା ପ୍ରଦାନ କରିବ । ଜାନୁଆରୀ ୧୩ ତାରିଖରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ମହାକୁମ୍ଭ ମେଳା ଚାଲିବ। ଏଥିରେ ପ୍ରାୟ ୪୦ କୋଟି ଲୋକଙ୍କ ସମାଗମ ହେବ। ପ୍ରତି ୧୨ ବର୍ଷରେ ଥରେ ପ୍ରୟାଗରାଜରେ ମହାକୁମ୍ଭ ମେଳା ହୋଇଥାଏ।

Type and hit Enter to search

Close