Breaking News

ପ୍ରଥମ ଥର ପାଇଁ ବ୍ରହ୍ମପୁରରେ ହେବ ଜାତୀୟ ଆବାକସ୍ ଟ୍ୟାଲେଣ୍ଟ୍ ହଣ୍ଟ ପରୀକ୍ଷା

 


ବ୍ରହ୍ମପୁର, (ଅଭିଜିତ କର): ସ୍ଥାନୀୟ ବାବାଜୀ ତୋଟା ସାହି ସ୍ଥିତ ଏକ ଘରୋଇ ହୋଟେଲ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅପରାହ୍ନ ସମୟରେ ଇମେଟ ଆବାକସ୍ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ଆଇଏଏପିଏଲର ନିର୍ଦ୍ଦେଶକ ଶ୍ରୀ ମାନସ ରଞ୍ଜନ ସାହୁ, ଜିଲ୍ଲା ସଂଯୋଜକ ଅନିଲ କୁମାର ପାତ୍ର, ବରୁଣ କୁମାର ପାଣିଗ୍ରାହୀ ଏବଂ ବିଜ୍ଞାନ ଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଛନ୍ତି ଯେ, ଚଳିତ ମାସ ଆସନ୍ତା ୨୯ ତାରିଖରେ ସ୍ଥାନୀୟ ଗୁଡସ ରୋଡ଼ ସ୍ଥିତ ଗୁରୁକୂଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲ ପରିସରରେ ୭ମ ନେସନାଲ ଅବାକାସ ଟାଲେଣ୍ଟ ହଣ୍ଟର ପରୀକ୍ଷା ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ୧୪ଟି ରାଜ୍ୟରୁ ପ୍ରାୟ ଏକ ହଜାରରୁ ଅଧିକା ଛାତ୍ରଛାତ୍ରୀ ଯୋଗଦାନ କରି ପରୀକ୍ଷାରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। 

ତେବେ ସୂଚନା ଥାଉ କି, ଏହି ଇମେଟ୍ ଆବକସ୍ ଏକାଡେମୀ ଓଡିଆ କମ୍ପାନୀ ଦୀର୍ଘ ୬ ବର୍ଷ ଧରି ଜାତୀୟ ସ୍ତରୀୟ ଏବଂ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତା ସଫଳତାର ସହ ସମ୍ପାଦନ କରିଆସୁଛି। ଏହି ପରୀକ୍ଷା ପୂର୍ବରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ବେଳେ, ପ୍ରଥମ ଥର ପାଇଁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଅନୁଷ୍ଠିତ ହେବ। ତେବେ ପୂର୍ବରୁ ପ୍ରାୟ ୨୦ଟି ରାଜ୍ୟ ଏବଂ ୬ଟି ଦେଶରେ ଅନୁଷ୍ଠିତ ହେବା ସହ ପାଖାପାଖି ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ଲୁକ୍କାୟିତ ପ୍ରତିଭାକୁ ପ୍ରଦର୍ଶନ କରିଛନ୍ତି । ସେହିପରି ଓଡିଶାରେ ଏହାର ୩୦୦ରୁ ଅଧିକ କେନ୍ଦ୍ର ପରିଚାଳିତ ହେଉଛି ବୋଲି ନିର୍ଦ୍ଦେଶକ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ପ୍ରକାଶ ଥାଉ କି, ଗୁରୁକୂଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲ ପରିସରରେ ଏହି ପରୀକ୍ଷା ପୂର୍ବାହ୍ନ ୯ଘଣ୍ଟା ସମୟରେ ଆରମ୍ଭ ନିର୍ଦ୍ଧାରିତ ସମୟରେ ଶେଷ ହେବା ପରେ ଅପରାହ୍ନ ୩ ଘଣ୍ଟା ସମୟରେ ପୁରସ୍କାର ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏଣୁ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସହରର ସମସ୍ତ ଅଭିଭାବକ ମାନେ ଉପସ୍ଥିତ ରହି ଏହି ପ୍ରୋତ୍ସାହିତ ପରୀକ୍ଷାକୁ ଉପଭୋଗ କରିବା ସହ ଏହି ଇମ୍ମେଟ୍ ଆବାକସ୍ ସହ ନିଜ ନିଜ ପିଲା ମାନଙ୍କୁ ଜଡ଼ିତ କରି ତାଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ଯଥାସମ୍ଭବ ପ୍ରଚେଷ୍ଟା କରନ୍ତୁ ବୋଲି ଅନୁରୋଧ କରିଛନ୍ତି।

Type and hit Enter to search

Close