Breaking News

ବୋରୱେଲ୍‌ରେ ଫସିଲା ୫ ବର୍ଷର ଶିଶୁ: ପ୍ରଶାସନର ଉଦ୍ୟମ ବିଫଳ; ଉଦ୍ଧାର ପାଇଁ ନିର୍ମାଣ ହେଉଛି ଟନେଲ୍‌

 

ରାଜସ୍ଥାନର ଦୌସା ଜିଲ୍ଲାର ୫ ବର୍ଷର ବାଳକ ଆର୍ୟନ ବୋରୱେଲରେ ପଡ଼ିବାର ପ୍ରାୟ ୪୮ ଘଣ୍ଟା ହୋଇସାରିଲାଣି। ଏବେବି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନଡିଆରଏଫ୍ ଟିମ୍।

ସୂଚନା ଅନୁଯାୟୀ, ବୋରୱେଲଠାରୁ ପ୍ରାୟ ୬ ଫୁଟ ଦୂରରେ ୧୫୫ ଫୁଟର ଏକ ନୂଆ ଗାତ ଖୋଳାଯାଉଛି। ସୱାଇ ମାଧୋପୁରରୁ ଆଣିଥିବା ପାଇଲିଂ ମେସିନ୍ ରେ ଗାତ ଖୋଳାଯାଇ ର୍ୟାଟମାଇନିଙ୍ଗ (ଟନେଲ୍) କୌଶଳ ମାଧ୍ୟମରେ ଶିଶୁ ନିକଟରେ ପହଞ୍ଚିବାକୁ ଚେଷ୍ଟା କରାଯାଉଛି। ଏହା ବ୍ୟତୀତ ଶାହପୁରା (ଜୟପୁର)ରୁ ଆଉ ଏକ ପାଇଲିଂ ମେସିନ୍ ଅଣାଯାଇଛି, ଯାହା ମାଧ୍ୟମରେ ପାଇପ୍ ଫିଟିଂ କାମ କରାଯିବ ବୋଲି ଜଣାପଡିଛି। ଉଦ୍ଧାର କାର୍ଯ୍ୟକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଗ୍ରାମବାସୀ ଏକାଠି ହୋଇଛନ୍ତି। ସେମାନଙ୍କ ମଧ୍ଯରୁ କିଛି ଗ୍ରାମବାସୀ ଗଛରେ ଚଢି ଦେଖୁଥିବାର ମଧ୍ଯ ନଜର ଆସିଛି। ତେବେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମୁତୟନ କରାଯାଇଛି।ତେବେ ଆର୍ୟନ ସୋମବାର ଅପରାହ୍ନ ୩ଟାରେ ତାଙ୍କ ମାଙ୍କ ସାମ୍ନାରେ ବୋରୱେଲରେ ପଡ଼ିଯାଇଥିଲେ ଯାହାକି ତାଙ୍କ ଘରୁ ପ୍ରାୟ ୧୦୦ଫୁଟ ଦୂରରେ ଥିଲା।

Type and hit Enter to search

Close