ଆସିଲା ବଡ ଖବର; କାମାକ୍ଷା ଏକ୍ସପ୍ରେସର ୧୧ ବଗି ଲାଇନଚ୍ୟୁତ

 

ବଡ଼ ଦୁର୍ଘଟଣା। ଲାଇନଚ୍ୟୁତ ହେଲା କାମାକ୍ଷା ଏକ୍ସପ୍ରେସ। କାମାକ୍ଷା ଏକ୍ସପ୍ରେସର ଏକାଥରେ ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ଚୌଦ୍ୱାର ନିର୍ଗୁଣ୍ଡିରେ ଲାଇନଚ୍ୟୁତ ହେଲା ଟ୍ରେନ। ୧୧ଟି ବଗି ଲାଇନଚ୍ୟୁତ ନେଇ ପୂର୍ବତଟ ରେଲଓ୍ୱେ ପକ୍ଷରୁ ସୂଚନା। ଟ୍ରେନଟି ଅଟକି ଯିବାରୁ ଟ୍ରେନରୁ ବାହାରକୁ ଚାଲି ଆସିଛନ୍ତି ଯାତ୍ରୀ। ଆଉ ଭୀଷଣ ଡହ ଡ଼ହ ଖରାରେ ହନ୍ତସନ୍ତ ହେଉଛନ୍ତି। କେତେବେଳେ ଟ୍ରେନ ଚଳାଚଳ ସ୍ୱଭାବିକ ହେବ ତାର ମଧ୍ୟ ସୂଚନା ନାହିଁ। ଘଟଣାସ୍ଥଳ ଅଭିମୁଖେ ରେଲଓ୍ୱେର ବରିଷ୍ଠ ଅଧିକାରୀ। ଲାଇନଚ୍ୟୁତ ପାଇଁ ଘଟଣାସ୍ଥଳରେ ସମସ୍ତ ଟ୍ରେନ ଚଳାଚଳା ବନ୍ଦ ରହିଛି। ହେଲେ କିପରି ଲାଇନଚ୍ୟୁତ ହେଲା ଟ୍ରେନ ତାହାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। କି ବର୍ତ୍ତମାନ ସୁଦ୍ଧା ମୃତାହତଙ୍କ ସୂଚନା ମିଳିପାରିନାହିଁ।

Share this post

Previous Post Next Post