ତେଲେଙ୍ଗାନା ପୋଲିସକୁ ବଡ ସଫଳତା ମିଳିଛି । ଏନକାଉଣ୍ଟରରେ ଟଳିଲେ ୭ ମାଓବାଦୀ । ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ଏତୁରଙ୍ଗାରମ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଯେଉଁଥିରେ ୭ ମାଓବାଦୀଙ୍କୁ ସଫା କରିଛି ପୋଲିସ । ଏ ନେଇ ମୁଲୁଗୁ ଏସପି ସବାରିଶ ସୂଚନା ଦେଇଛନ୍ତି । ଶାବରିଶ କହିଛନ୍ତି ଯେ, ଏନ୍ତୁରୁନଗରାମ ଜଙ୍ଗଲ ଅଞ୍ଚଳରେ ପୁଲିସର ଏନକାଉଣ୍ଟରରେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ରବିବାର ସକାଳେ ମୁଲୁଗୁ ଜିଲ୍ଲାର ଏନ୍ତୁରୁନଗରାମ ମଣ୍ଡଳର ଚାଲାପାକା ଅଞ୍ଚଳର ତେଲେଙ୍ଗାନା ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା ବୋଲି ପୁଲିସ କହିଛି। ଏହି ଏନକାଉଣ୍ଟରରେ ୟେଲାଣ୍ଡୁ-ନରସମ୍ପେଟ୍ ଏରିଆ କମିଟି କମାଣ୍ଡର ବଦ୍ରୁ ଛଦ୍ମନାମ ପପାନାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ମୃତ୍ୟୁବରଣ କରିଥିବା ନକ୍ସଲଙ୍କ ଚିହ୍ନଟ କରାଯାଇଛି। ସେମାନେ ହେଲେ ତେଲେଙ୍ଗାନା ସଚିବ କୁରସାମ ମଙ୍ଗୁ ଅରଫ ଭଦରୁ,ଡିଭିସିଏମ ଏଗାଲପୁ ଅରଫ ମଧୁ ଏସିଏମ ମୁସାକୀ ଦେବାଲ, ଏସିଏମ ମୁସାକୀ ଯମୁନା,ପାର୍ଟି ମେମ୍ବର ଜାଇସିଙ୍ଘ,କିଶୋର ଏବଂ କମେଶ। ତଥାପି, ଏହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ। ଏହି ଏନକାଉଣ୍ଟର ସମ୍ପର୍କରେ ପୁଲିସ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତି ଜାରି କରାଯାଇ ନାହିଁ। ଏହା ସହିତ ପୁଲିସ ୨ଟି ଏକେ-୪୭ ବନ୍ଧୁକ ଜବତ କରିଥିବା କୁହାଯାଉଛି। କହିରଖୁ ଯେ, ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ତେଲଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଅଞ୍ଚଳରେ ତେଲେଙ୍ଗାନା ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଏନ୍କାଉଣ୍ଟର ହୋଇଥିଲା। ଏଥିରେ ୬ ଜଣ ମାଓବାଦୀ ନିହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ମଧ୍ୟ ଥିଲେ। ସେହିପରି ଦୁଇ ଜଣ ପୁଲିସକର୍ମୀ ଆହତ ମଧ୍ୟ ହୋଇଥିଲେ।
Social Footer