Breaking News

ଟ୍ରକକୁ ଧକ୍କା ହେଲା କାର୍‌: ଚାଲିଗଲା ୫ ଜଣଙ୍କ ଜୀବନ

 

ଛତିଶଗଡ଼ର ଅମ୍ବିକାପୁର ଜିଲ୍ଲା ଗୁମଗା ଗ୍ରାମ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏଠାରେ ଥିବା ଏକ ଗେଷ୍ଟ ହାଉସ ନିକଟ ୧୩୦ ନମ୍ବର ଜାତୀୟ ରାଜପଥରେ ଆଜି ସକାଳ ପ୍ରାୟ ୫ଟାରେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକ ସହ ଧକ୍କା ହେବା ପରେ ଏକ କାର୍ ଏହା ଭିତରେ ପଶିଯାଇଥିଲା । ସୂଚନା ମୁତାବକ, ରାୟପୁରରୁ ଅମ୍ବିକାପୁର ଦ୍ରୁତ ଗତିରେ ଯାଉଥିବା କାରଟି ହଠାତ୍ ଅନିୟନ୍ତ୍ରିତ ହୋଇ ଟ୍ରକ୍ ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ଚିକିତ୍ସା ସମୟରେ ଗୁରୁତର ଆହତ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । କାରରେ ମୋଟ ୫ ଜଣ ଥିଲେ ।

ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ହେଲେ ସେଠାରେ ସେ ଆଖି ବୁଜିଥିଲେ । ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଚୁରମାର୍ ହୋଇଯାଇଛି । କଟର ସାହାଯ୍ୟରେ ମୃତଦେହଗୁଡ଼ିକୁ ବାହାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତକମାନଙ୍କ ପରିଚୟ ଜଣାପଡ଼ି ନାହିଁ । ପୋଲିସ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।

Type and hit Enter to search

Close