Breaking News

ନିଆଁ ଲଗାଇଦେଲା ଶ୍ବଶୁର: ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ବୋହୂ, ଆଇସିୟୁରେ ପୁଅ

 

ପୁଅ ବୋହୂଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ ଵାପା । ବାରଙ୍ଗ ଥାନା ଅନ୍ତର୍ଗତ ଗୋଡିସାହି ଫାଣ୍ଡି ବାରସିଙ୍ଗା ଗ୍ରାମରେ ଏପରି ଘଟଣା ଘଟିଛି । ଗତକାଲି ରାତି ୧୦ଟା ସମୟରେ ପୁଅ ବୋହୂ ଏକାଠି ଖାଇ ବସି ଥିବା ବେଳେ ଘଟିଛି ଅଭାବନୀୟ ଘଟଣା । ପୁଅ ଓ ବୋହୂଙ୍କୁ ଗୁରୁତର ଅବସ୍ଥାରେ କଟକ ଏସ୍‌ସିବି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।ଉଭୟଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି ବୋହୁ । ଅଭିଯୁକ୍ତ ବାପା ଗୋବର୍ଦ୍ଧନ ରାଉଙ୍କୁ ଅଟକ ରଖିଛି ପୋଲିସ୍ । ପଡ଼ୋଶୀଙ୍କ ସୂଚନାନୁସାରେ ଗତକାଲି ସନ୍ଧ୍ୟାରେ କୌଣସି କାରଣରୁ ଗୋବର୍ଦ୍ଧନଙ୍କ ଘରେ ପାଟିତୁଣ୍ଡ ଲାଗିଥିଲା । କିନ୍ତୁ ରାତି ପ୍ରାୟ ୧୦ଟା ବେଳେ ହଠାତ୍ ତାଙ୍କ ଘରୁ ଭୟଙ୍କର ଚିତ୍କାର ଶୁଭିଥିଲା ।

କିଛି ବଡ଼ଧରଣର ଅଘଟଣ ଘଟିଥିବା ସନ୍ଦେହ କରି ପଡ଼ୋଶୀମାନେ ଧାଇଁ ଯାଇଥିଲେ । ସେ‌ତେବେଳକୁ ପୁଅ ବୋହୂ ତଳେ ଗଡ଼ୁଥିଲେ । ସେମାନଙ୍କ ମୁଣ୍ଡ, ପିଠି ଆଦି ଶରୀରର ବହୁ ଅଂଶ ଜଳିଯାଇଥିବାରୁ ବଡ଼ବଡ଼ ଫୋଟକ ହୋଇ ଫାଟି ଯାଇଥିଲା । ବାପା ଗୋବର୍ଦ୍ଧନ ନିର୍ବିକାର ଭାବେ ବାରଣ୍ଡାରେ ବସିଥିଲେ । ଗୋବର୍ଦ୍ଧନ ସେମାନଙ୍କ ଉପରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇଦେଇଛନ୍ତି ବୋଲି ପୁଅ ଦୀନବନ୍ଧୁ କହିଥିଲେ । ତୁରନ୍ତ ପଡ଼ୋଶୀମାନେ ଗୋଡ଼ିସାହି ଫାଣ୍ଡିକୁ ଜଣାଇଥିଲେ । ପୋଲିସ ଆମ୍ବୁଲାନ୍‌ସ ଯୋଗେ ଦମ୍ପତିଙ୍କୁ କଟକ ପଠାଇଥିଲା । ଘଟଣା ପରେ ବାରସିଙ୍ଗା ଗାଁରେ ହଇଚଇ ସୃଷ୍ଟି ହୋଇଥିଲା ।

Type and hit Enter to search

Close