Breaking News

ଆଜି ଆକାଶରେ ଦେଖାଯିବ କଳା ଜନ୍ନ

 

ଆଜି ଆକାଶରେ ଦେଖାଯିବ କଳା ଜହ୍ନ । ହଠାତ ଏପରି କଥା ଶୁଣି ଅନେକଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଆଜି ଅମାବାସ୍ୟା ତିଥିରେ ଆକାଶରେ କିପରି ଜହ୍ନ ଦେଖାଯିବ । ହେଲେ ଏହା ସତ ଆଜି  ଏପରି ଏକ ବିରଳ ଘଟଣା ଆକାଶରେ ଦେଖିବାକୁ ମିଳିବ । ଏସିଆ, ଆଫ୍ରିକା ଏବଂ ୟୁରୋପ ମହାଦେଶରେ ଏହା ଆଜି ଦୃଶ୍ୟମାନ ହେବାକୁ ଥିବାବେଳେ ଭାରତ ଆକାଶରେ ଆସନ୍ତାକାଲି ଭୋର୍ ଅର୍ଥାତ ସକାଳ ୪ଟା ବେଳେ ଏହା ଦେଖିବାକୁ ମିଳିବ । ତେବେ କଳାଜହ୍ନ କଥା କହିଲେ ସମସ୍ତଙ୍କ ମନରେ ଅନେକ କୌତୁହଳ, ରୋମାଞ୍ଚ ଏବଂ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ । 

ସାଧାରଣତଃ ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା ପଡ଼ିଲେ ଏହା ଦୃଶ୍ୟମାନ ହୋଇଥାଏ। ଦ୍ୱିତୀୟ ଅମାବାସ୍ୟା ରାତିକୁ କଳା ଜହ୍ନ ବୋଲି କୁହାଯାଇଥାଏ। ସେହିପରି ଯଦି ୩ ମାସରେ ୪ ଥର ଅମାବାସ୍ୟା ପଡିଥାଏ ତେବେ ତାହାକୁ କଳା ଜହ୍ନ ବୋଲି କୁହାଯାଏ। ଅନ୍ୟ ଅମାବାସ୍ୟା ଭଳି ଚନ୍ଦ୍ର ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ରୁହେ, ଫଳରେ ଏହା ଦେଖାଯାଏ ନାହିଁ। ଚନ୍ଦ୍ରଗ୍ରହଣ ଭଳି ଏହା କୌଣସି ପ୍ରଭାବ ପକାଏନାହିଁ  । କିନ୍ତୁ ଗୋଟିଏ ମାସରେ ଦୁଇଟି ଅମାବାସ୍ୟା ଆସୁଥିବାରୁ ଏହାର କିଛି ଗୁରୁତ୍ୱ ବଢ଼ି ଯାଏ।

Type and hit Enter to search

Close