ରାଜଧାନୀରେ ଘରେ ପଶି ଭଣ୍ଡ ବାବାଙ୍କ ଲୁଟ୍‌ ଉଦ୍ୟମ : ୪ ଭଣ୍ଡ ବାବା ଅଟକ

 

ରାଜଧାନୀରେ ଘରେ ପଶି ଭଣ୍ଡ ବାବାଙ୍କ ଲୁଟ୍‌ ଉଦ୍ୟମ । ମୈତ୍ରୀ ବିହାର ଥାନାରେ ୪ ଜଣ ବାବା ଅଟକ । ସୂଚନା ଅନୁଯାୟୀ ଶନିବାର ସକାଳୁ ସକାଳୁ ଭୁବନେଶ୍ବର ମୈତ୍ରୀବିହାର ଅଞ୍ଚଳରେ ୪ ଜଣ ଲୋକ ବାବା ବେଶରେ ଘର ଘର ବୁଲୁଥିଲେ । ପ୍ରତି ଘରେ ପହଞ୍ଚି ଭିକ୍ଷା ମାଗୁଥିଲେ । କିଛି ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ମଧ୍ୟ ବାଧ୍ୟ କରୁଥିଲେ । ତେବେ ୪ ଜଣଙ୍କ ବେଶ ପୋଷାକ,କଥାବାର୍ତ୍ତା ଓ ଚାଲିଚଳନରୁ ଲୋକମାନଙ୍କୁ  ସନ୍ଦେହ ହୋଇଥିଲା । ଏହାପରେ  ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । 

ସ୍ଥାନୀୟ ମୈତ୍ରୀ ବିହାର ପୋଲିସ ୪ ଜଣ ବାବା ବେଶଧାରୀ ବ୍ୟକ୍ତିଙ୍କୁ ଉଠାଇ ନେଇ ପଚରାଉଚରା କରୁଛି । ସେମାନେ ରାଜସ୍ଥାନରୁ ଆସିଥିବା ପୋଲିସ ଜାଣିବାକୁ ପାଇଛି । ଏମାନଙ୍କ ଅପରାଧ ସମ୍ପର୍କିତ କିଛି ଘଟଣାରେ ଜଡିତ କି ନାହିଁ  ପୋଲିସ ଯାଞ୍ଚ କରୁଛି । ଏମାନେ କେତେଦିନ ହେଲା ଏଠାକୁ ଆସିଲେ ଏମାନଙ୍କ ପରିଚୟ ଆଦି ସମସ୍ତ ତଥ୍ୟ ପୋଲିସ ଛାନଭିନ କରୁଛି ।  ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ହଇଚଇ ସୃଷ୍ଟି ହୋଇଛି କାରଣ କିଛି ଦିନ ହେବ ରାଜଧାନୀରେ ଲୁଟେରାଙ୍କ ଆତଙ୍କ ଚାଲିଛି । ଭୁବନେଶ୍ୱରର ଅଧିକାଂଶ ସ୍ଥାନରେ ପ୍ରତିଦିନ ଲୁଟକୁ ନେଇ ଖବର ଆସୁଛି  । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଘରେ କଳାକନା ବୁଲାଉଛନ୍ତି ଡକାୟତି ଦଳ । ଯାହାକୁ ନେଇ ରାଜଧାନୀରେ ଏବେ କଡାକଡି ପାଟ୍ରୋଲିଂ ଚାଲିଛି  ।

Share this post with your friends

Prev Post Next Post