Breaking News

ଭୋଗ ଦୋକାନରେ ନିଆଁ, ଜଳିଗଲା ୧୦ରୁ ଅଧିକ ଦୋକାନ

 

କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁ ମା' ତାରିଣୀଙ୍କ ମନ୍ଦିର ସମ୍ମୁଖରେ ଥିବା ଭୋଗ ଦୋକାନ ଗୁଡିକରେ ଅଗ୍ନିକାଣ୍ଡ ଘଟି ୧୦ ରୁ ଉର୍ଦ୍ଧ୍ବ ଭୋଗ ଦୋକାନ ଜଳିଯାଇଛି। ତାରିଣୀ ମନ୍ଦିର ୨ ନମ୍ବର ଗେଟ ନିକଟରେ  ଏହି ଅଘଟଣ ଘଟିଥିବା ବେଳେ  ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି l 

ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲା। ଏହି ଅଗ୍ନିକାଣ୍ଡ ରେ ଭୋଗ ଦୋକାନ ଗୁଡିକରେ ଥିବା  ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଜଣାପଡିଛି। ବିଳମ୍ବିତ ରାତି ପ୍ରାୟ ୧.୩୦ରେ ଘଟିଛି ଏହି ଘଟଣା। ତେବେ କିଛି ମାସ ପୂର୍ବରୁ ମନ୍ଦିର ର ୩ ନମ୍ବର ଗେଟ ସମ୍ମୁଖରେ ଥିବା ଭୋଗ ଦୋକାନ ଗୁଡିକରେ ମଧ୍ୟ ଅଗ୍ନିକାଣ୍ଡ ଘଟି ବହୁ ଭୋଗ ଦୋକାନ ଜଳିଯାଇଥିଲା।

Type and hit Enter to search

Close