ଜଣାସୁଣା ହାସ୍ୟ ଅଭିନେତା ମୁସ୍ତାକ୍ ଖାନଙ୍କୁ ଅପହରଣ କଲେ ଦୁର୍ବୁତ୍ତ । ବିଜନୋର ପୋଲିସ ଏହି ମାମଲାରେ ଅପହରଣକାରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ନଭେମ୍ବର ୨୦ରେ ଦିଲ୍ଲୀ-ମେରଟ ରାଜପଥରୁ ଚଳଚ୍ଚିତ୍ର କଳାକାର ମୁସ୍ତାକ ଖାନଙ୍କୁ ଅପହରଣ କରାଯାଇଥିଲା । ସେ ମେରଟରେ ଏକ ଇଭେଣ୍ଟକୁ ଯାଉଥିବା ସମୟରେ ଅପହରଣର ଶିକାର ହୋଇଥିଲେ । ପୋଲିସକୁ ଦିଆଯାଇଥିବା ଅଭିଯୋଗ ଅନୁସାରେ ଅପହରଣ ପରେ କଳାକାରଙ୍କ ମୋବାଇଲ୍ ଫୋନରୁ ଟଙ୍କା ଲୁଟ୍ ହୋଇଛି । ଇଭେଣ୍ଟ ମ୍ୟାନେଜର ଶିବମ ଯାଦବଙ୍କ ଅଭିଯୋଗକୁ ନେଇ ଏହି ମାମଲା ରୁଜୁ ହୋଇଛି ।
କଳାକାର ମୁସ୍ତାକ ଖାନଙ୍କ ଇଭେଣ୍ଟ ମ୍ୟାନେଜରଙ୍କ ଅଭିଯୋଗ ଅନୁସାରେ ବିଜନୋର ଥାନା କୋତୱାଲି ନଗର ପୋଲିସ ଏହି ମାମଲା ରୁଜୁ କରିଛି । ପୋଲିସର ସୂଚନାନୁସାରେ, ମୁସ୍ତାକ ଖାନଙ୍କୁ ମେରଟର ବାସିନ୍ଦା ରାହୁଲ ସାଇନି ନାମକ ଜଣେ ବ୍ୟକ୍ତି ବରିଷ୍ଠ ଲୋକଙ୍କୁ ସମ୍ମାନିତ କରିବା ପାଇଁ ନିମନ୍ତ୍ରଣ କରିଥିଲେ । ଏଥିପାଇଁ ସେ କଳାକାର ମୁସ୍ତାକଙ୍କୁ ୫୦ ହଜାର ଟଙ୍କା ଆଗୁଆ ଦେଇଥିଲେ । ନଭେମ୍ବର ୨୦ରେ, କଳାକାର ମୁସ୍ତାକ ଖାନ ମୁମ୍ବାଇରୁ ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିଥିଲେ । ଏଠାରେ ଦିଲ୍ଲୀ ବିମାନବନ୍ଦରରୁ ମେରଟକୁ ଆସୁଥିବା ବେଳେ ରାଜପଥରେ ମୁସ୍ତାକ ଖାନଙ୍କୁ ଅପହରଣ କରାଯାଇଥିଲା ।
Social Footer