Breaking News

ଆତଙ୍କୀ ପନ୍ନୁର ଧମକ ପୂର୍ଣ୍ଣ ଇ-ମେଲ୍: ବରିଷ୍ଠ ଓଡ଼ିଆ ସାମ୍ବାଦିକଙ୍କ ସହ ଭୁବନେଶ୍ୱର ବିମାନବନ୍ଦରକୁ ଟାର୍ଗେଟ

 

ଭୁବନେଶ୍ୱରରେ ଚାଲିଥିବା ଡିଜିପି କନଫରେନ୍ସକୁ ପୁଣି ଖଲିସ୍ତାନୀ ଆତଙ୍କୀ ପନ୍ନୁର ଟାର୍ଗେଟ କରଛି। ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକ ପୂର୍ଣ୍ଣ ଏକ ଇ-ମେଲ୍ ପଠାଇଛି । ଇ-ମେଲରେ ପଠାଇଥିବା ଅଡ଼ିଓ ମେସେଜରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରାଯାଇଛି। ଆସନ୍ତକାଲି ଭୁବନେଶ୍ୱର ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଇ-ମେଲ୍ ଅଡିଓ ମେସେଜ କରି ଚେତାବନୀ ଦେଇଛି ଖଲିସ୍ତାନୀ ଆତଙ୍କୀ ପନ୍ନୁ। ଏଥିସହ ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଧମକ ଦିଆଯାଇଛି। ଖଲିସ୍ତାନୀ ପତାକା ଉଡ଼ାଇଲେ ୨୫ ଲକ୍ଷର ପୁରସ୍କାର ଘୋଷଣା କରାଯିବ ବୋଲି ଇ-ମେଲ୍ ଅଡିଓ ମେସେଜରେ ଉଲ୍ଲେଖ ରହିଛି।

Type and hit Enter to search

Close