Breaking News

ଭୁବନେଶ୍ୱରେରେ ଆଜି ହାଫ୍ ଡେ'ସ୍କୁଲ, ଦିନ ୧ଟାରେ ଛୁଟି ହେବ ସ୍କୁଲ

 

ରାଜଧାନୀ ଭୁବନେଶ୍ୱରରେ ଆଜି ହାଫ୍ ଡେ’ ସ୍କୁଲ। ଭୁବନେଶ୍ୱରରେ ଆଜି ଦିନ ଗୋଟାଏ ଯାଏଁ ଖୋଲା ରହିବ ସବୁ ସ୍କୁଲ୍। ଦିନ ଗୋଟାଏ ପରେ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଜିଠୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ ଏହି ସମ୍ମିଳନୀରେ ଯୋଗ ଦେବେ। ତେଣୁ ଟ୍ରାଫିକ କଟକଣା ଯୋଗୁ ଯାତାୟତ କରିବାରେ ପିଲାମାନେ ଅସୁବିଧାରେ ସମ୍ମୁଖୀନ ହେବେ। ଏହି ଆଶଙ୍କାରେ ଆଜି ହାଫ୍ ଡେ’ ସ୍କୁଲ କରାଯିବା ପାଇଁ ଘୋଷଣା ହୋଇଛି।

Type and hit Enter to search

Close