ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡି ଯାଇଛି | ତାଙ୍କୁ ତୁରନ୍ତ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ମିଳିଥିବା ସୂଚନାନୁଯାୟୀ, ତାଙ୍କର ଏସିଡିଟି ସମସ୍ୟା ଥିବା ସହ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଖରାପ ହୋଇଥିଲା । ଏଥିପାଇଁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କେନ୍ଦ୍ରୀୟ ବ୍ୟାଙ୍କର ପ୍ରବକ୍ତା ମଧ୍ୟ ଏହି ଖବର ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ଶକ୍ତିକାନ୍ତ ଦାସଙ୍କ ଏସିଡିଟି ସମସ୍ୟା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏସିଡିଟି ସମସ୍ୟା ଅତ୍ୟଧିକ ବଢି ଯିବାରୁୁ ଅବସ୍ଥା ଗୁରୁତର ହୋଇଥିଲା । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ଆସିଛି ।
Social Footer