• ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆମରଣ ଅନଶନରେ ବସିବା ପାଇଁ ନିଷ୍ପତି
ବ୍ରହ୍ମପୁର, ସ୍ଥାନୀୟ ଗଞ୍ଜାମ କଳା ପରିଷଦ ସମ୍ମିଳନୀ କକ୍ଷରେ ବାଲାଜୀ ଆଚାରିଙ୍କ ଦ୍ଵାରା ଶନିବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ଶ୍ରୀ ଆଚାରି ଓ ତାଙ୍କ ଓକିଲ ଦିଲୀପ ପଟ୍ଟନାୟକ କହିଛନ୍ତି ଯେ, ଗତ ୧୦.୧୨.୨୦୧୯ ମସିହା କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଏକ ଗୁଳିକାଣ୍ଡ ଘଟଣା ହୋଇଥିଲା । ଉକ୍ତ କେସର ବିଚାରଣାରେ ଅଭିଯୁକ୍ତ ମାନେ ମାନ୍ୟବର ଅଦାଲତରେ ସହଯୋଗ କରିଛନ୍ତି । ଗତ ଦୁଇ ବର୍ଷ ଧରି ସରକାଙ୍କ ତରଫରୁ ସାକ୍ଷୀ ଦିଆଗଲା, ଅଭିଯୁକ୍ତ ମାନଙ୍କର ସଫେଇ ସାକ୍ଷୀ ଆରମ୍ଭ ହେବା ପରେ ତୁରନ୍ତ ସାକ୍ଷୀ ପ୍ରଦାନ ପାଇଁ କୋର୍ଟ ତରଫରୁ ନୋଟିସ କରାଯାଇଥିଲା । ଏହି ସମୟରେ ଜଣଙ୍କ ସାକ୍ଷୀ ପ୍ରଦାନ କରିଥିବା ବେଳେ, ଅନ୍ୟ ଦୁଇ ଜଣ ସଫେଇ ସାକ୍ଷୀ କୋର୍ଟ ନୋଟିସ ପାଇବା ପରେ ଆମ ପାଖକୁ ନଆସି ସରକାରଙ୍କ ପାଖକୁ ଆସିଥିଲେ ।
ସେହି ଦୁଇ ଜଣ ପ୍ରକୃତ ତଥ୍ୟ ଜାଣି ଥିଲେ ମଧ୍ୟ ଚାପର ବଶବର୍ତୀ ହୋଇ କୋର୍ଟର ସାକ୍ଷୀ ଡକାକୁ ଆସିଥିଲେ (କିନ୍ତୁ ଆମ ଦ୍ଵାରା ନୁହେଁ) ଏବଂ ସେ କିଛି ଜାଣି ନଥିବା କହି ଚାଲି ଯାଇଥିଲେ । ପ୍ରକାଶ ଥାଉ କି, ଯେଉଁ ସାକ୍ଷୀ ମାନେ ଏହି ଘଟଣା ସମ୍ପର୍କରେ କିଛି ଜାଣିଛନ୍ତି ସେମାନେ ରାଜ୍ୟ ବାହାରେ ରହୁଥିବା ଯୋଗୁଁ ଦଶହରା ଛୁଟିରେ ଆସି ସାକ୍ଷ୍ୟ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସେହି ଅନୁଯାୟୀ ଆମେ ମାନ୍ୟବର କୋର୍ଟରେ ଲିଖିତ ସମୟ ମାଗିଥିଲୁ । ମାତ୍ର ଦୁଇ ମାସ ସମୟରେ ଗଡି ଗଲାଣି କହି ଆମ୍ଭର ସମୟ ପିଟିସନକୁ ରଦ୍ଦ କରି ଦେବା ଯୋଗୁଁ ଆମେ ଆମର ସଫେଇ ସାକ୍ଷୀ ଦେବାରୁ ବଂଚିତ ହୋଇଗଲୁ । ଏହା ପରେ କେସ୍କୁ ଜବାବ ସୁଆଲ ପାଇଁ ତାରିଖ ପକେଇ ଦେଲେ । ଉପର ଅଦାଲତରେ ଆମକୁ ଆମର ସାକ୍ଷ୍ୟ ଦେବା ପାଇଁ ପୁନଃ ଆଦେଶ ଦେବା ସହ ଆର୍ଗୁମେଣ୍ଟ ବନ୍ଦ କରି ଦେଇଥିବା କାରଣକୁ ନେଇ ବାରମ୍ବାର ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ପଡିଥିଲା। ମାନ୍ୟବର ହାଇକୋର୍ଟଙ୍କ ଆଦେଶ ପରେ ତା ୧୮/୧୧/୨୪ ରିଖ ରୁ ତା ୨୧/୧୧/୨୦୨୪ରିଖ ପର୍ଯ୍ୟନ୍ତ ଆର୍ଗୁମେଣ୍ଟ ପାଇଁ କହିଥିଲେ ।
ନିର୍ଦ୍ଦେର୍ଶ ମୁତାବକ ତା ୧୮/୧୧/୨୦୨ ୪ରିଖ ରୁ ତା ୨୦/୧୧/୨୦୨୪ରିଖ ପର୍ଯ୍ୟନ୍ତ ଆର୍ଗୁମେଣ୍ଟ ଚାଲିଥିଲା। ଏବଂ ପ୍ରତିଦିନ ପରି ଆର୍ଗୁମେଣ୍ଟ ଶେଷରେ ଟାଇମ୍ ପିଟସନ୍ ଦେଇଥିଲୁ । ସେହିପରି ଆର୍ଗୁମେଣ୍ଟ ପରେ ଓକିଲଙ୍କ ଟାଇମ ପିଟସନ ଦେବା ସହ ୩୧୧ ସିଆର ପି.ସି. ଧାରାରେ ମୃତ ଅଭିମନ୍ୟୁ ପଣ୍ଡାଙ୍କ ସ୍ତ୍ରୀ ଓ ତଦନ୍ତ ଅଫିସରଙ୍କୁ ଏହି କେସ୍ରେ ପୁନଃବିଚାରଣ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଦାଖଲ କରିବା ପରେ ମାନ୍ୟବର କୋର୍ଟ ପ୍ରକାଶ କରିଥିଲେ ଯେ, ତୁମର ଆର୍ଗୁମେଣ୍ଟ ବନ୍ଦ ହେଲା ଓ କୌଣସି ପିଟିସନ ଗ୍ରହଣ କରାଯିବନି ଏବଂ କେସର ଜର୍ଜମେଟ ତା ୨୫/୧୧/୨୦୨ ୪ରିଖ ଧାର୍ଯ୍ୟ କରାଗଲା କହି ଚାଲି ଯାଇଥିଲେ। ସେହିପରି କେସ୍ରେ ମୁଦାଲା ହେଲେ ମଧ୍ୟ କେସର ବିଚାରଣ ସମୟରେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବା ପାଇଁ ସାକ୍ଷ୍ୟ କେସ୍ର ବିଚରଣା ସମୟରେ ନିଜକୁ କାଗଜ ପତ୍ର ସହ କେସ୍ରେ ଆର୍ଗୁମେଣ୍ଟ କରିବା ପାଇଁ ଆବଶ୍ୟକୀୟ ସୁଯୋଗ ଆଇନତଃ ଯୋଗାଇ ଦିଆଯାଇଥାଏ ।
ମାତ୍ର ବର୍ତମାନ ଆମ କେସରେ ମାନ୍ୟବର ଅଦାଲତ କୌଣସି ବିଶେଷ କାରଣ ନ ଥାଇ ଆମର ସଫରେ ସାକ୍ଷୀକୁ ବନ୍ଦ କରି ଦେଇଥିଲେ । ଏବଂ ଏହା ପରେ କେସ ଆର୍ଗୁମେଣ୍ଟ ଅଧିକାରକୁ ବନ୍ଦ କରିଦେବା ପରେ ଆମେ ମାନ୍ୟବର ହାଇକୋର୍ଟଙ୍କ ଆଶ୍ରୟ ନେବା ପରେ ତାଙ୍କର ଆଦେଶ ଅନୁଯାୟୀ ତା ୧୮/୧୧/୨୦୨୪ରିଖ ଠାରୁ କ୍ରମାଗତ ଭାବେ ଆର୍ଗୁମେଣ୍ଟ ଚାଲୁଥିବା ବେଳେ ହଠାତ୍ ବନ୍ଦ କରି ଦେଇଥିଲେ । ଏହି ପରିପ୍ରେକ୍ଷୀରେ କୋର୍ଟରେ ଉପଯୁକ୍ତ ନ୍ୟାୟ ମିଳି ପାରିବ ନାହିଁ ବୋଲି ଆଭାସ ହେଉଛି ତେଣୁ, ବର୍ତମାନ ଆମକୁ ସଫେଇ ସାକ୍ଷୀ ଦେବା ପାଇଁ ସୁଯୋଗ ଦେବା ପାଇଁ ମାନ୍ୟବର ହାଇକୋର୍ଟରେ "CRL- REV- 34489/24"କେସ୍ ଦାଖଲ କରିଛୁ । ଯେ ହେତୁ କି ଗତ ଦୁଇ ମାସ ହେଲା ଆମ କେସ୍ ଅସ୍ୱଭାବିକ ସ୍ଥିତି ଆମେ ଠିଆ ହୋଇ ଦେଖୁଛୁ। ତେଣୁ ଆମକୁ ଏଠାରେ ଆଉ ଉପଯୁକ୍ତ ନ୍ୟାୟ ମିଳିବ ନାହିଁ ବୋଲି ଆମେ ଜାଣି ସାରିଲୁଣି।
ଏଣୁ ପ୍ରର୍ଥନା କରୁଛୁ ଯେ, କେସ୍ ବିଚାରଣ ସମ୍ପୂର୍ଣ୍ଣ ହୋଇ ନାହିଁ ଏବଂ ତରବରିଆ ଭାବେ କେସର ଜର୍ଜମେଟକୁ ଆସନ୍ତ ତା ୨୫/୧୧/୨୦୨୪ ରିଖକୁ ସ୍ଥିର କରିଛନ୍ତି । ଏଣୁ କେସର ନ୍ୟାୟିକ ଭାବରେ ବିଚାରଣା ଶେଷ କରି ରାୟ ପ୍ରକାଶ କରିବା ପାଇଁ ଆସନ୍ତା ତା୨୫/୧୧/୨୦୨୪ରିଖ ରାୟ ତାରିଖ ସ୍ଥିଗିତ ରଖି ଅନ୍ୟ କୌଣସି କୋର୍ଟକୁ ଆମର କେସ୍ ବିଚାରଣା ପାଇଁ ପଠାଇ ଦଲେ ଆମେ ଚିର ଉପକୃତ ହେବେ ବୋଲି ଅନୁରୋଧ କରିଛନ୍ତି । ନଚେତ୍ ସମ୍ପୃକ୍ତ ଅଭିଯୁକ୍ତ ମାନେ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆମରଣ ଅନଶନରେ ବସିବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।
Social Footer