ସିପିଆଇର ଶ୍ରମିକ, ଯୁବ, ଛାତ୍ର ଓ ମହିଳା ଶାଖା ସମ୍ମିଳନୀ ଓ ନୁନତ କାର୍ଯ୍ୟକର୍ତ୍ତା ଚୟନ
ବ୍ରହ୍ମପୁର, ୨୪/୧୧ (ଅଭିଜିତ କର): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବ୍ରହ୍ମପୁର ସହର, ଶ୍ରମିକ, ଯୁବ -ଛାତ୍ର ଓ ମହିଳା ଶାଖା ସମ୍ମିଳନୀ ଉପଲକ୍ଷେ ବ୍ରହ୍ମପୁର ପାର୍କ ସାହି ସ୍ଥିତ ସିପିଆଇ କାର୍ଯ୍ୟାଳୟ ଠାରେ ରବିବାର ଲାଲ୍ ପତାକା ଉତ୍ତୋଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ନେତା ସୁଧାଶୁ ଶେଖର ପଣ୍ଡା ଲାଲ୍ ପତାକା ଉତ୍ତୋଳନ କରି ପାର୍ଟି ଗାରିମା ଓ ସଂଗ୍ରାମ ସମ୍ପର୍କର ତାତ୍ପର୍ଯ୍ୟ ସମ୍ପର୍କରେ ପ୍ରକାଶ କରି ମହାମତି ଲେନିନଙ୍କ ନେତୃତ୍ବରେ ସଂଗଠିତ ଏହି ସମାଜବାଦୀ ବିପ୍ଳବ ଅନଗ୍ରସର ରୂଷିଆରେ ସର୍ବପ୍ରଥମ ଶ୍ରମିକ ଶ୍ରେଣୀର ରାଷ୍ଟ୍ର ପ୍ରତିଷ୍ଠା କରି ମଣିଷ ଉପରେ ମଣିଷର ଶୋଷଣକୁ ସମାପ୍ତ କରିଥିବା ବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ଉପଲବ୍ଧି ବୋଲି କହିଥିଲେ। ସିପିଆଇ ସହର ଶାଖାର ସମ୍ପାଦକ ପ୍ରଫୁଲ୍ଲ ଜେନା ଆଜିର ଶାଖା ସମ୍ମିଳନୀର ସଭାପତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସମ୍ପାଦକ ସାଥି ପ୍ରକାଶ ପାତ୍ର କେନ୍ଦ୍ର, ରାଜ୍ୟ ଓ ଜିଲ୍ଲା ପାର୍ଟିର ଆଗାମୀ ଦିନର କାର୍ଯ୍ୟକ୍ରମ ଓ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମରଣl ନୀତି ବିରୋଧର ଦୃଢ଼ ବିରୋଧ କରିଥିଲେ l
ଏହି ସମ୍ମିଳନୀରେ ଅନ୍ୟ ନେତା ଶ୍ରମିକ ନେତା ପ୍ରବୀଣ କୁମାର ଦାଶ, ଯୁବ ସଙ୍ଘର ଜାତୀୟ ଉପ ସଭାପତି ପ୍ରଦୀପ ସେଠି, ବ୍ରହ୍ମପୁର ଆଞ୍ଚଳିକ ସମ୍ପାଦକ କାମଦେବ ନାହାକ ଆସନ୍ତା ଡ଼ିସେମ୍ବର ୧୦ ତାରିଖ ଦିନ ବ୍ରହ୍ମପୁର ସହର ନାଳ ରୋଡ଼ ପରିମଳ ଓ ରାସ୍ତା ବିଭିନ୍ନ ସମସ୍ୟାକୁ ନେଇ ମହାନଗର ନିଗମ ଘେରାଓ ପାଇଁ ନିଷ୍ପତି ନିଆଯାହାଇଛି । ଏହି ବୈଠକରେ ରବୀନ୍ଦ୍ର କୁମାର ନାୟକ, ଗାଗାରିନୀ ନାୟକ ମହମ୍ମଦ ଉଷାମାନ, ରାମ ପାତ୍ର ଏ ସୁଧୀର, ପ୍ରଫୁଲ୍ଲ ଜେନା, କାଳୀକିଙ୍କର ପାତ୍ର, ରୋହିତ ବିଷୋୟୀ, ପ୍ରତିମା ଦେବୀ, ମହେନ୍ଦ୍ର ପାତ୍ର, ପ୍ରଭାତୀ କୁମାରୀ ଦେବୀ, ତ୍ରିଲୋଚନ ଦାସ, ପ୍ରଭାତ ବେହେରା, ଚିତ୍ତରଞ୍ଜନ ଦୋରା, ଟି ଭେକେଟ ରାଓ ଓ ଟି ଶ୍ରୀନିବାସ ରାଓ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଶାଖା ସମ୍ପାଦକ ନିର୍ବାଚନ ହୋଇ ଥିଲା ସହର ଶାଖାର ସମ୍ପାଦକ ପ୍ରଫୁଲ୍ଲ ଜେନାଙ୍କ ସହ ସମ୍ପାଦକ କାଳୀ କିଙ୍କର ପାତ୍ର ଶ୍ରମିକ ଶାଖାର ସମ୍ପାଦକ ଏ ସୁଧୀର, ସହ ସମ୍ପାଦକ ଗାଗାରିନି ନାୟକ ଯୁବ ଛାତ୍ର ଶାଖାର ମହେନ୍ଦ୍ର ପାତ୍ର ଓ ଜିତେନ୍ଦ୍ର ଦୋରା, ମହିଳା ଶାଖାର ସମ୍ପାଦକ ବିଷ୍ଣୁପ୍ରିୟା ନାୟକ ଓ ପ୍ରତିମା ଦେବୀ ନିର୍ବାଚିତ ହୋଇଥିଲେ ।