ଅଟଳ ବିହାରୀ ବାଜପେୟି ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭୂମି ପୂଜନ

 

ବ୍ରହ୍ମପୁର, ୨୪/୧୧ (ଅଭିଜିତ କର): ସ୍ଥାନୀୟ ରାମଲିଙ୍ଗେଶ୍ୱର ପାର୍କ ପରିସରରେ ରବିବାର ପୂର୍ବାହ୍ନରେ ଭାରତ ରତ୍ନ୍ ସ୍ଵର୍ଗତ ଅଟଳ ବିହାରୀ ବାଜପେୟିଙ୍କ ପ୍ରତିମୂର୍ତ୍ତି ନିର୍ମାଣ ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମାନ୍ୟବର ବିଧାୟକ କେ ଅନିଲ କୁମାରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମେୟର ଶ୍ରୀମତୀ ସଙ୍ଘମିତ୍ରା ଦଳେଇ, ପୂର୍ବତନ ଉପ ବାଚସ୍ପତି ତଥା ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ପଣ୍ଡା, ବିଷ୍ନୁ ସୁବୁଦ୍ଧି, ଅଶୋକ ଶୁକ୍ଲା, ପ୍ରଦୀପ ନାୟକ, ବନମାଳୀ ସେଠି, ରାଜ୍ଯ ସମ୍ପାଦିକା ବବିତା ପାତ୍ର, କର୍ପୋରେଟର ସବିତା ସାହୁ, ପ୍ରଶାନ୍ତ ପଟନାୟକ, ସନ୍ଧ୍ଯାରାଣୀ ଶୁକ୍ଲା, ସୁରେନ୍ଦ୍ର ମହାରଣା, ଗୀତାରାଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶୁଭ ଦେଇଥିଲେ । 

ଏନେଇ ବିଧାୟକ ଶ୍ରୀ ଅନିଲ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଏକା ଧାରରେ ଜଣେ ବିଶିଷ୍ଟ କବି, ଭାରତ ବର୍ଷର ଜନମାନସର ଲୋକପ୍ରିୟ ରାଜନେତା ସ୍ବର୍ଗତ ବାଜପେୟୀଙ୍କ ଆଗାମୀ ଡିସେମ୍ବର ୨୬ ତାରିଖରେ ତାଙ୍କର ଜନ୍ମ ଦିବସ ଅବସରରେ ଏକ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତିର ଶୁଭ ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି । ସେନେଇ ଆଜି ଏହି ଠାରେ ଭୂମି ପୂଜନର ଶୁଭ  କାର୍ଯ୍ୟକ୍ରମ କରାଯାଇଛି ବୋଲି କହିଥିଲେ। ଏହି ଅବସରରେ ବିଜେପି ଦଳର ବହୁ ନେତା ଓ କର୍ମୀ ମାନଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।

Share this post

Previous Post Next Post