Breaking News

ଶ୍ରୀମନ୍ଦିରରେ ଆଜିଠାରୁ ଦେବ ଦୀପାବଳୀ: ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ ମହାପ୍ରଭୁ

 

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉ ମାନଙ୍କର ଦେବଦୀପାବଳି ନୀତି ଅନୁଷ୍ଠିତ ହେବ। ଏହି ପୂଣ୍ୟ ତିଥିରେ ମହାପ୍ରଭୁ ନିଜ ପୂର୍ବ ପୁରୁଷଙ୍କୁ ପିଣ୍ଡଦାନ କରିବେ। ଚତୁର୍ଦଶୀ, ଅମାବାସ୍ୟା ଓ ପ୍ରତିପଦ ତିଥିରେ ଏହି ରୀତିନୀତି ଅନୁଷ୍ଠିତ ହେବ। ଏହି ଅବସରରେ ମହାପ୍ରଭୁଙ୍କ ଶ୍ରାଦ୍ଧବେଶ ଅନୁଷ୍ଠିତ ହେବ। ଶ୍ରାଦ୍ଧବେଶରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ବାଢ଼ି ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ। ଏହି ନୀତିକାନ୍ତି ସରିବା ପରେ ମନ୍ଦିର ଉପରକୁ ମହାଦୀପ ଉଠିବ। ଦେବ ଦୀପାବଳି ପାଳନ ଅବସରରେ ଶ୍ରୀମନ୍ଦିର ଠାରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପାଖାପାଖି ଏକ ଲକ୍ଷ ଦୀପ ବଡଦାଣ୍ଡର ଉଭୟ ପାର୍ଶ୍ବରେ ଜଳିବ। 

ଏହି କାର୍ଯ୍ୟକ୍ରମରେ ଓଡିଶା ଇଣ୍ଟରନ୍ୟାଶନାଲ ସେଣ୍ଟର ଓ ପୁରୀର ବିଭିନ୍ନ ସାମାଜିକ ସଂଗଠନ ସହଯୋଗ କରିବେ।  ଶ୍ରାଦ୍ଧ ବେଶ ଅବସରରେ ଶ୍ରୀଜିଉ ଶ୍ୱେତ ବସ୍ତ୍ର ପରିଧାନ ପୂର୍ବକ ନାନାଦି ସ୍ୱର୍ଣଅଳଙ୍କାର ବିଭୂଷିତ ହେବେ। ଏହି ବେଶରେ ମହାବାହୁଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ବେଶ ଭିଡ଼ ଜମିବ। ଦେବ ଦୀପାବଳି ପାଳନ ଅବସରରେ ବଡଦାଣ୍ଡରେ ସାମୁହିକ ଦୀପଦାନ ଉତ୍ସବ ପାଳନ କରାଯିବ।

Type and hit Enter to search

Close