କର୍ପୋରେଟର ଧିରେଶଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର ଓ ସ୍ଵାସ୍ଥ୍ୟ ପରୀକ୍ଷା
ବ୍ରହ୍ମପୁର, ୨୩/୧୧ (ଅଭିଜିତ କର): ସ୍ଥାନୀୟ ଗୋଷାଣୀନୂଆଁଗାଁ କାଳୁଆ ମନ୍ଦିର ଠାରେ ଶନିବାର ଏକ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ଜୟ ଜଗନ୍ନାଥ ଯୁବକ ସଙ୍ଗ ତରଫରୁ ଅଞ୍ଚଳର ଯୁବ ନେତା ତଥା ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୨୬ ନମ୍ବର ୱାର୍ଡ କର୍ପୋରେଟର ଶ୍ରୀ ଧିରେଶ ସାବତଙ୍କ ଜନ୍ମ ଦିନ ଉପଲକ୍ଷେ ଜୟ ଜଗନ୍ନାଥ ଯୁବକ ସଙ୍ଗ ତରଫରୁ ଏକ ମେଗା ରକ୍ତଦାନ ଶିବିର ଓ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ପ୍ରାୟ ୫୦୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ, ଏହି ଶିବିରକୁ ସଙ୍ଘ ସଦସ୍ୟ ଜିନେଶ, ରାକେଶ, ଦିଲୀପ, ବିକ୍ରମ, ନରେଶ, ରୋହନ, ଜଗନ, ଆଶୁତୋଷ, ଦିପୁନ, ସଂଗ୍ରାମ, ଅଭି, ଟୁଟୁ, ରାଜୀବ ଓ ପିଣ୍ଟୁ ପ୍ରମୁଖ ପରିଚାଳନରେ ସହଯୋଗ କରିଥିଲେ।
ଏନେଇ କର୍ପୋରେଟର ଶ୍ରୀ ସାବତ କହିଛନ୍ତି ଯେ, ଦୀର୍ଘ ବର୍ଷ ଧରି ଅଞ୍ଚଳବାସୀଙ୍କ ସେବା କରି ଆସୁଥିବା ହେତୁ ଅଞ୍ଚଳବାସୀ ଓ ଯୁବକ ସଂଘ ଏକ ପ୍ରକାର ସାଧୁବାଦ ଜ୍ଞାପନ କରିବା ଉଦ୍ଦେଶ୍ୟରେ ଏହିଭଳି ଏକ ଜନହିତକର କାର୍ଯ୍ୟ ଆୟୋଜନ କରିଥିଲେ। ତେବେ ମୋ ଜନ୍ମଦିନରେ ଏହିଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ କରିଥିବା ହେତୁ ମୋର ସମସ୍ତ ଶୁଭେଛୁ ଓ ବନ୍ଧୁ ମାନଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିଲେ। ପରେ ସନ୍ଧ୍ୟାରେ ମହାନଗର ନିଗମ କର୍ପୋରେଟର ପ୍ରକୋଷ୍ଠରେ ନିଗମର ବହୁ କର୍ପୋରେଟର ଙ୍କ ଗହଣରେ କେକ କାଟି ଉତ୍ସବ ପାଳନ କରାଯାଇଥିଲା।