Breaking News

ରାଜଧାନୀରେ ଛାତିଥରା ଘଟଣା: ଶିଶୁକନ୍ୟାର ମୁଣ୍ଡ ଜାମିନ ରଖି ମାକୁ ଦୁଷ୍କର୍ମ କଲେ ଲୁଟେରା, ୨ ଜଣ ଅଟକ

 

ରାଜଧାନୀ ସ୍ଥିତ ମୈତ୍ରୀବିହାର ଥାନା ଅଞ୍ଚଳରେ ଥିବା ଏକ ଫ୍ଲାଟରେ ଦୁଇ ଜଣ ଦୁର୍ବୃତ୍ତ ଲୁଟ୍ କରିବା ସହ ଘର ଭିତରେ ଏକୁଟିଆ ଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ତଦନ୍ତ କରି ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି। ଉଭୟଙ୍କୁ ପୋଲିସ ଜେରା କରୁଛି। ତେବେ ଖବର ଲେଖା ହେବା ସୁଦ୍ଧା ଅଟକ ଅଭିଯୁକ୍ତଙ୍କ ନାଁ ପୋଲିସ ପକ୍ଷରୁ ସାର୍ବଜନୀନ କରାଯାଇନାହିଁ। ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା। ଏ ନେଇ ପୀଡ଼ିତା ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ସ୍ପେଶାଲ ସ୍କ୍ୱାଡ୍ ଟିମ୍ ସହ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ କରିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା ଜଣକ ୧୦ ଦିନ ତଳେ ନିଜ ଦୁଇ ବର୍ଷର ଝିଅକୁ ନେଇ ଫ୍ଲାଟକୁ ଯାଇଥିଲେ। ସେ ନିକଟସ୍ଥ ଡାକ୍ତରଖାନାରେ କାମ କରନ୍ତି। ରବିବାର ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ବାଉଁଶ ବାଡ଼ି ସାହାଯ୍ୟରେ ଫ୍ଲାଟ୍ ଭିତରକୁ ପଶିଥିବା ଅଭିଯୋଗ ହୋଇଛି। ଫ୍ଲାଟରୁ ମୂଲ୍ୟବାନ ଜିନିଷ ପତ୍ର ନେବା ପୂର୍ବରୁ ଦୁର୍ବୃତ୍ତମାନେ ମହିଳାଙ୍କୁ ଏକୁଟିଆ ଦେଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା ଭୟଭୀତ ହୋଇ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିବାକୁ ସମୟ ନେଇଥିଲେ। ବଡ଼ କଥା ହେଉଛି ଫ୍ଲାଟରେ ଯଦି ମହିଳା ଜଣଙ୍କ ରହୁଛନ୍ତି ଏପରି ସ୍ଥିତିରେ ଚୋର କିଭଳି ଫ୍ଲାଟ୍ ଭିତରେ ପ୍ରବେଶ କଲା ଏବଂ ଫ୍ଲାଟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।

ପୁଲିସ କହିଛି ଯେ ରାତିରେ ଖାଇ ସାରିବା ପରେ ମହିଳା ଜଣଙ୍କ ତାଙ୍କ ଝିଅ ସହିତ ଶୋଇବାକୁ ଯାଇଥିଲେ। କିନ୍ତୁ ରାତି ପ୍ରାୟ ୨ଟା ବେଳେ ସେ ଉଠିଥିଲେ। ସେ କିଛି ସମୟ ବାଲକୋନିରେ ବସି ବାଥରୁମକୁ ଯାଇଥିଲେ। ସେ ବାହାରକୁ ବାହାରିବା ମାତ୍ରେ ଚୋରମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେଉଁମାନେ ପ୍ରଥମେ ଏକ ସୁନା କାନଫୁଲ ଓ ମୋବାଇଲ୍ ଫୋନ୍ ଲୁଟି ନେଇଥିଲେ। ଘରେ କୌଣସି ପୁରୁଷ ନଥିବା ଜାଣିବା ପରେ ଲୁଟେରାମାନେ ତାଙ୍କୁ ଯୌନ ନିର୍ଯାତନା ଦେବା ପରେ ମୂଲ୍ୟବାନ ଜିନିଷ ପତ୍ର ନେଇ ଚମ୍ପଟ ମାରିଥିଲେ ବୋଲି ମହିଳା ଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଚୋରମାନେ ତାଙ୍କ ଝିଅକୁ କାହାକୁ ଜଣାଇଲେ ହତ୍ୟା କରିବେ ବୋଲି ଧମକ ଦେବା ସହ ଫେରାର ହେବା ପୂର୍ବରୁ ସିମ୍ କାର୍ଡ ଫେରାଇ ଦେଇଥିଲେ।

Type and hit Enter to search

Close