କାଠ ବୋଝେଇ ଟ୍ରକ୍‌ ସହ ବସ୍ ମୁହାଁମୁହିଁ ଧକ୍କା, ଯାତ୍ରୀଙ୍କ ସହ ଡ୍ରାଇଭର ଗୁରୁତର

 

କୋରାପୁଟ ଜିଲ୍ଲା NH ୩୨୬ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଡୁମୁରିପଦର ରାସ୍ତାରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାଠ ବୋଝେଇ ଟ୍ରକ୍ ସହ ବସ୍ ମୁହାମୁହିଁ ଧକ୍କା ହେବାରୁ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ‘MSSB’ ନାମକ ଘରୋଇ ବସ୍ ଜୟପୁରରୁ ଯାତ୍ରୀମାନଙ୍କୁ ନେଇ ରାୟଗଡ଼ା ଅଭିମୁଖେ ଯାଉଥିଲା। 

ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବସ୍‌ରେ ଥିବା ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ମେଡିକାଲ ନେବାକୁ ୨/୩ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଛନ୍ତି। ବସ୍ ତଳେ ଅନେକ ଯାତ୍ରୀ ଫସି ରହିଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣା ଗ୍ରସ୍ତ ଟ୍ରକ୍‌ରେ ଡ୍ରାଇଭର ଚାପି ହୋଇ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛି। ବସ୍‌ରେ ୬୦ରୁ୭୦ ଯାତ୍ରୀ ଥିଲେ ବୋଲି ଅନୁମାନ କରାଯାଉଛି।

Share this post

Previous Post Next Post