ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୩ ଜଣଙ୍କ


ମହାରାଷ୍ଟ୍ର ପୁଣେରେ ହେଲିକପ୍ଟର ଦୁର୍ଘଟଣା ଘଟିଛି । ପୁଣେ ଜିଲ୍ଲା ବବଧନ ନିକଟରେ ହେଲିକପ୍ଟର ଦୁର୍ଘଟଣା ଯୋଗୁଁଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଦୁଇ ପାଇଲଟ ସମେତ ଜଣେ ଇଞ୍ଜିନିୟର ଅଛନ୍ତି। ହେଲିକପ୍ଟରଟି ଏକ ଘରୋଇ କମ୍ପାନୀର ହୋଇଥିବା ପ୍ରାଥମକି ସୂଚନା ମିଳିଛି। ଦୁର୍ଘଟଣା ନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ପହଞ୍ଚି ଊର୍ଦ୍ଧ୍ବର କାର୍ଯ୍ୟରେ ଲାଗିଥିଲେ। ତେବେ ଘନ କୁହୁଡି ଯୋଗୁଁଁ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି। କେମିତି ଓ କିପରି ଦୁର୍ଘଟଣା ଘଟିଲା ତାହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Share this post

Previous Post Next Post