Breaking News

ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ

 

ଦ୍ଵିତୀୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ଜ଼ିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ ଜଜ ।  ୨୦୨୩ ମସିହା ସୁକିନ୍ଦା ଥାନା ଅଞ୍ଚଳର ୭ ବର୍ଷୀୟ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ।  ଅଭିଯୁକ୍ତ ହେଲେ ସୁକିନ୍ଦା ଥାନା ଅଞ୍ଚଳର ରବୀନ୍ଦ୍ର ମଲ୍ଲିକ । ୧୩ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯକ୍ତଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ସହ ୨ ହଜାର ଜରିମାନା ରାୟ ।  ଏଥି ସହିତ ଅନାଦୟ ୪ ମାସ ଅଧିକ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ।

Type and hit Enter to search

Close