ଆଜିଠୁ ସକାଳୁଆ ସ୍କୁଲ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି

 

ଗଣଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାରଠାରୁ ସକାଳୁଆ ସ୍କୁଲ କରିବା ନେଇ ସୂଚନା ଜାରି କରାଯାଇଛି। ତାପମାତ୍ରାକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡ଼ିକୁ ସକାଳୁଆ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସକାଳ ସାଢେ ୬ଟାରେ ସ୍କୁଲ ଆରମ୍ଭ ହୋଇ ସାଢେ ୧୦ଟାରେ ଶେଷ ହେବ। ଏହି ନିୟମ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ। ଏହି ନିୟମକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଗଣଶିକ୍ଷା ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।

Share this post

Previous Post Next Post