Breaking News

ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ, ଏକକାଳୀନ ୭ଟି ସ୍ଥାନରେ ରେଡ

 

ପୁଣି ଜଣେ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ବାଟସାନ ଗ୍ରାମ ପଞ୍ଚାୟତର ଆକାଉଣ୍ଟାଣ୍ଟ୍ ତଥା ଡାଟା ଏଣ୍ଟ୍ରି ଅପରେଟର୍ (ADEO) ଏସ୍. ପାର୍ଥ ସାରଥୀ ବିଷୋଇଙ୍କ ଘରେ ପଶିଛି ଭିଜିଲାନ୍ସ ଟିମ୍ । ତାଙ୍କର ୭ଟି ଠିକଣାରେ ଏକକାଳୀନ ଚଢ଼ଉ କରାଯାଉଛି । 

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ଗୁରୁବାର ସକାଳୁ ଚଢ଼ଉ ଆରମ୍ଭ କରିଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅନ୍ତର୍ଗତ ଚାମ୍ପିଆ ଗ୍ରାମରେ ଥିବା ନିଜ ଘର, ଭାଇ ଘର ଓ ସମ୍ପର୍କୀୟଙ୍କ ଘର, ଚାମ୍ପିଆରେ ଥିବା କାଜୁ ପ୍ରୋସେସିଂ ୟୁନିଟ୍, ବୋଲିଗୁମ୍ମାରେ ଥିବା ତିନି ମହଲା କୋଠା ଏବଂ ବାଟସାନ ପଞ୍ଚାୟତ କାର୍ଯ୍ୟାଳୟରେ ଚଢ଼ଉ ଜାରି ରହିଛି ।  ଏଥିରେ ଭିଜିଲାନ୍ସର ୨ ଜଣ ସହକାରୀ ଏସପି, ୪ ଜଣ ଡିଏସପି, ୬ ଇନସ୍ପେକ୍ଟର୍, ୬ ଏସଆି ଏବଂ ଅନ୍ୟ ସହ କର୍ମଚାରୀ ଅଧିକାରୀ ସାମିଲ ଅଛନ୍ତି ।

Type and hit Enter to search

Close