ଯମୁନାର ବିଷାକ୍ତ ପାଣି ଉପରେ ମନ୍ତବ୍ୟ ପାଇଁ ଅରବିନ୍ଦ କେଜରିୱାଲଙ୍କୁ ନିର୍ବାଚନ କମିଶନଙ୍କୁ ନୋଟିସ୍ । ଆଜି ରାତି ୮ ସୁଦ୍ଧା ଜବାବ ଦେବାକୁ କେଜରିୱାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ଗତକାଲି କେଜରିୱାଲ ଅଭିଯୋଗ କରିଥିଲେ ଯେ, ହରିିୟାଣା ସରକାର ଯମୁନା ନଦୀ ପାଣିରେ ବିଷ ମିଶାଇ ଦେଉଛନ୍ତି। ଜଳ ବୋର୍ଡ ଅଧିକାରୀମାନେ ତାହା ଜାଣି ପାରି ବିଶୋଧନ କରୁଛନ୍ତି। ନ ହେଲେ ବଡ଼ ଅଘଟଣ ଘଟନ୍ତା । ତାଙ୍କର ଏହି ମନ୍ତବ୍ଯ ବହୁତ ଗୁରୁତର । ଏପରିକି ଏହା ଲୋକଙ୍କ ମଧ୍ୟରେ ବିଦ୍ଵେଷ ସୃଷ୍ଟି କରିପାରେ ବୋଲି ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା ।
ଏହା ପରେ ନିର୍ବାଚନ କମିଶନ କେଜରିୱାଲଙ୍କୁ ନୋଟିସ୍ କରିଛନ୍ତି ଏବଂ ଅଭିଯୋଗର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗ ମିଛ ହେଲେ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ ବୋଲି କହିଛନ୍ତି ନିର୍ବାଚନ କମିଶନ । ସେପଟେ ଆପ୍ ପକ୍ଷରୁ କୁହାଯାଉଛି, ଯମୁନା ନଦୀରେ ମାତ୍ରାଧିକ ଆମୋନିଆ ମିଶୁଛି । ହରିୟାଣା ସରକାର ଯଦି ଏହାକୁ ରୋକୁଥାନ୍ତା, ତେବେ ଦିଲ୍ଲୀରେ ଯମୁନା ଏତେ ପ୍ରଦୂଷିତ ହୋଇନଥାନ୍ତା ବୋଲି ଆପ୍ ପକ୍ଷରୁ କୁହାଯାଉଛି । ଏହି ଘଟଣାକୁ ନେଇ ବଡ଼ ରାଜନୀତି ହେଲାଣି ।
Social Footer