ବ୍ରହ୍ମପୁର, ୨୯/୧ (ଅଭିଜିତ କର): ସ୍ଥାନୀୟ ସିଟି ମହାବିଦ୍ୟାଳୟ ବ୍ରହ୍ମପୁରର ପ୍ରାକ୍ତନ ବରିଷ୍ଠ ଗ୍ରନ୍ଥାଗାରିକ ଶ୍ରୀ ଦୀପକ ରଞ୍ଜନ ମିଶ୍ରଙ୍କ ବୁଧବାର ତିରୋଧାନ ହୋଇଛି । ଏନେଇ ମହାବିଦ୍ୟାଳୟର ଅଧ୍ଯକ୍ଷା ଡ.ଅନୀତା କୁମାରୀ ପଣ୍ଡାଙ୍କ ସଭାପତିତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ଏହି ସଭାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ତାଙ୍କର ସ୍ମୃତି ଚାରଣ କରିଥିଲେ । ସେ ମହାବିଦ୍ୟାଳୟରେ ସମସ୍ତଙ୍କର ପ୍ରିୟ ମଣ୍ଟୁ ବାବୁ ଓ ମଣ୍ଟୁ ଭାଇନା ରୂପେ ବେଶ୍ ପରିଚିତ ଥିଲେ ।
ସେ ଜଣେ ପରୋପକାରୀ, ମେଳାପୀ ଓ ଉଦାର ତଥା ଛାତ୍ରବସ୍ଥଳ ସହୃଦୟ ବ୍ୟକ୍ତି ଥିଲେ । ଉକ୍ତ ମହାବିଦ୍ୟାଳୟରେ ପ୍ରାରମ୍ଭରୁ ସେ ମୁଖ୍ୟ ଗ୍ରନ୍ଥାଗାରିକ ରୂପେ କାର୍ଯ୍ୟାରମ୍ଭ କରି ୨୦୨୨ରେ ଅବସର ଗ୍ରହଣ କରିଥିଲେ । ଏହି ମହାବିଦ୍ୟାଳୟର ବହୁ ଉନ୍ନତି ମୂଳକ କାର୍ଯ୍ୟରେ ତାଙ୍କର ବହୁ ଅବଦାନ ରହିଥିବା ସହ ସେ ସମସ୍ତ କାର୍ଯ୍ୟରେ ସହକର୍ମୀଙ୍କୁ ସହଯୋଗ କରିଛନ୍ତି । ତାଙ୍କର ଅମର ଆତ୍ମାର ସଦ୍ଗତି ପାଇଁ ସମସ୍ତେ ନିରବ ପ୍ରାର୍ଥନା କରିଥିଲେ । ଏପରି ଦୁଃଖଦ ସ୍ଥିତିକୁ ସାମ୍ନା କରିବା ପାଇଁ ଈଶ୍ୱର ତାଙ୍କର ପରିବାର ବର୍ଗଙ୍କୁ ଧୈଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ଅଧ୍ଯକ୍ଷା ଡ. ପଣ୍ଡା କହିଛନ୍ତି।
Social Footer