ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ଆଗରୁ ସୁଭଦ୍ରାକୁ ନେଇ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୁଭଦ୍ରା ଯୋଜନାରେ ଯୋଡ଼ିହେଲା ଆଉ ଏକ ନୂଆ ନିୟମ । ଓଡିଶାରେ ବସବାସ କରୁଥିବା ମହିଳାମାନଙ୍କ ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି । ଯାହା ଅଧୀନରେ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ପୂର୍ବରୁ କେବଳ ଓଡିଶାରେ ରହୁଥିବା ମହିଳାଙ୍କୁ ଏହି ଯୋଜନାର ଲାଭ ମିଳୁଥିଲା ।
କିନ୍ତୁ ବର୍ତ୍ତମାନ ଓଡିଶା ବାହାରେ ରହୁଥିବା ମହିଳାଙ୍କୁ ବି ମିଳିବ ସୁଭଦ୍ରା ଚଙ୍କା । ଅଜି ଏନେଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ନେକ ମାଇଗ୍ରାଣ୍ଟ ମହିଳା ରାଜ୍ୟ ବାହାରେ ଅଛନ୍ତି। ସେମାନଙ୍କୁ ମଧ୍ଯ ସୁଭଦ୍ରା ଟଙ୍କା ମିଳିବ । ସେମାନେ ଆବେଦନ କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସିବା ପୂର୍ବରୁ ଜିଲ୍ଲା ରିଭିୟୁରେ ତଥ୍ୟ ଆସିଛି । ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିନାହାନ୍ତି ସେମାନେ ଆବେଦନ କଲେ ଟଙ୍କା ମିଳିବ । ଶେଷ ହିତାଧିକାରୀଙ୍କ ପାଖରେ ସରକାର ପହଞ୍ଚିବେ । ଜାନୁଆରୀ ଶେଷ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ। ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ଏହି ପର୍ଯ୍ୟାୟରେ ଟଙ୍କା ମିଳିବ ବୋଲି ସେ କହିଛନ୍ତି ।
Social Footer