Breaking News

ଆଜି ୧୨ ଘଣ୍ଟିଆ ବରଗଡ଼ ସହର ବନ୍ଦ

 

ବରଗଡ ଧନୁଯାତ୍ରାରେ  ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣାରେ ଆଜି ୧୨ ଘଣ୍ଟିଆ ବରଗଡ ବନ୍ଦ ରହିଛି ।  ପୀଡିତାଙ୍କୁ ନ୍ୟାୟ ଦାବିରେ  ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।  ସକାଳ ୬ଟାରୁ  ସନ୍ଧ୍ୟା ୬ଟା ଯାଏଁ  ବନ୍ଦ ପାଳନ  କରାଯିବ ।  ଏହି  ବନ୍ଦ ଡାକରା  ସଚେତନ ମଞ୍ଚ ପକ୍ଷରୁ  ଦିଆଯାଇଛି ।  ଜରୁରୀ କାଳୀନ ସେବା ଛଡା  ସମସ୍ତ ଦୋକାନ , ବଜାର ବନ୍ଦ ରହିଛି । ମୁଖ୍ୟ ଅଭିଯୁକ୍ତକୁ ପୋଲିସ ତୁରନ୍ତ ଗିରଫ କରୁ ବୋଲି ଦାବୀ କରିଛନ୍ତି। ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗତକାଲି ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବରଗଡ଼ ପୋଲିସ । ଏବେବି ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି।

Type and hit Enter to search

Close