ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ବଦଳିଲା ସ୍କୁଲ ସମୟ, ସକାଳେ ହେବ ପାଠପଢ଼ା

 

ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ବଦଳିଲା ସ୍କୁଲର ପାଠପଢା ସମୟ। ମଥୁରା ନଗରୀରେ ଥିବା ସବୁ ଶିକ୍ଷାନୁଷ୍ଠାନର ସମୟ ପରିବର୍ତ୍ତନ କରାଯାଇଛି । ଆଜିଠୁ ୧୩ ତାରିଖ ଯାଏଁ ସମୟ ପରିବର୍ତ୍ତନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଚିଠି ଜାରି କରିଛନ୍ତି। ସମସ୍ତ ସ୍କୁଲରେ ସକାଳ ୮ଟାରୁ ଦିନ ୧ଟା ଯାଏଁ ହେବ ପାଠପଢା । ତେବେ ବରଗଡ଼ରେ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ମହୋତ୍ସବ ସରିବା ପାଇଁ ଆଗକୁ ଆହୁରି ୮ଦିନ ବାକି ରହିଛି। ତେଣୁ ଧନୁଯାତ୍ରାରେ ସାମ୍ଭାବ୍ୟ ଭିଡ଼ ଓ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଡିଇଓ ଏପରି ଚିଠି ଲେଖିଛନ୍ତି। ଧନୁଯାତ୍ରା ସରିବା ପରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ପାଠପଢା ଚାଲିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

କମ୍ପୁଛି ମେଦିନୀ, ଥରୁଛି ବାସୁକୀ । ମହାରାଜା କଂସଙ୍କ ଅତ୍ୟାଚାରରେ ଥରହର ସମଗ୍ର ମଥୁରାବାସୀ । ଧନୁଯାତ୍ରା ମହୋତ୍ସବ ତୃତୀୟ ଦିନରେ ମହାରାଜା କଂସଙ୍କ ଦିଗବିଜୟ । ସେପଟେ ଶ୍ରୀକୃଷ୍ଣ ଜନ୍ମ ନେଇ ଉତ୍ସବମୁଖର ଗୋପପୁର । ନନ୍ଦରାଜା ଓ ରାଣୀ ଶ୍ରୀକୃଷ୍ଣଙ୍କୁ ପାଇ ଆତ୍ମବିଭୋର ହୋଇ ନନ୍ଦୋତ୍ସବ ଆୟୋଜନ କରିଛନ୍ତି। ଏଥିରେ ସମସ୍ତ ପୋପପୁରବାସି ସାମିଲ ହୋଇ ଆନନ୍ଦ ଉତ୍ସାହର ସହ ନାଚି ଗାଇ କୃଷ୍ଣଙ୍କୁ ଦୋଳିରେ ଝୁଲାଇଛନ୍ତି । ଏପଟେ ମହାରାଜା କଂସ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନକୁ ଦର୍ପଣ ଶୀଳାରେ ପ୍ରହାର କରିବାକୁ ଯିବାବେଳେ ଶୂନ୍ୟରେ ଆର୍ବିଭାବ ହୋଇ ବିଜୁଳକନ୍ୟା ଦେଇଛନ୍ତି ଶୂନ୍ୟବାଣୀ,। ପରେ ମହାରାଜ କଂସ ଅତ୍ୟନ୍ତ ବ୍ୟସ୍ତ ବିବ୍ରତ ହୋଇପଡ଼ି ଥିବାବେଳେ କୃଷ୍ଣଙ୍କୁ ମାରିବା ପାଇଁ ଗୋପପୁରକୁ ପଠାଇଛନ୍ତି ଷଡ଼ମଲ୍ଲ ସହ ପୁତନା ରାକ୍ଷସୀଙ୍କୁ।

Share this post

Previous Post Next Post