ବିଶ୍ଵଶାନ୍ତି ମହାଯଜ୍ଞରେ ବାଘେଶ୍ୱର ବାବାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

 

ବ୍ରହ୍ମପୁର,୧୪/୧(ଅଭିଜିତ କର): ସ୍ଥାନୀୟ ବିବେକ ବିହାର ପଡିଆରେ ଆୟୋଜିତ ନବକୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ ବର୍ଣ୍ଣାଢ଼୍ୟ ସମ୍ଭାରରେ ସମାହିତ ହୋଇଛି। ପବିତ୍ର ମକର ସଂକ୍ରାନ୍ତି ପର୍ବରେ ଏହି ଯଜ୍ଞ ସମ୍ଭାର ପୂର୍ଣ୍ଣାହୁତି ହୋଇଯାଇଛି । ଉକ୍ତ ବିଶ୍ଵଶାନ୍ତି ମହାଯଜ୍ଞରେ ବାଗେଶ୍ୱର ଧାମର ବାବା ଶ୍ରୀ ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ଏହି ଅବସରରେ ବାଗେଶ୍ୱର ବାବାଙ୍କୁ ମା' ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟ ଓ ପୂଜା କମିଟି ତରଫରୁ ଆନୁଷ୍ଠାନିକ ଭାବେ ପୁଷ୍ପମାଲ୍ୟ ସହ ସମ୍ବର୍ଦ୍ଧିତ କରାଯାଇଥିଲା । 

ଏଥିରେ ଟ୍ରଷ୍ଟି ସଦସ୍ୟ ଲକ୍ଷ୍ମୀ ନୃସିଂହ ପଣ୍ଡା, ସଂଯୋଜକ କମଲ ପଣ୍ଡାଙ୍କ ନେତୃତ୍ୱରେ ପୂଜା କମିଟି ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ପୂଜା କମିଟି ସମ୍ପାଦକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ, ଜୋତିର୍ବିଦ ଦୀପକ ଦାଶ, ସହ ସଂଯୋଜକ ତୁଷାର ଶତପଥୀ, ଶିବରାମ ନାୟକଙ୍କ ଦ୍ୱାରା ବିଶାଳ ଧରଣର ପୁଷ୍ପ ମାଲ୍ୟହାର ସହ ମା' ରାମଚଣ୍ଡୀଙ୍କ ପଟ୍ଟଚିତ୍ର, ଖଣ୍ଡୁଆ ପାଟ ପ୍ରଦାନ ପୂର୍ବକ ବାବାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ପୂଜା କମିଟିର ସଭାପତି ଶ୍ରୀ ଅଜୟ କୁମାର ନାୟକ ଓ ଦିବାକର ନାୟକଙ୍କ ନେତୃତ୍ୱରେ ୫୧ ଜଣିଆ ପୂଜା କମିଟି ସଦସ୍ୟ ମାନଙ୍କ ଦ୍ୱାରା ହଜାର ହଜାର ଭକ୍ତ ମାନଙ୍କୁ ସମ୍ପୂର୍ଣ୍ଣ ସେବା ଦେଇଥିଲେ ।

Share this post

Previous Post Next Post