ଅବସରପ୍ରାପ୍ତ ପୋଲିସ୍ ଅଫିସର ସଂଘର ମଧୁମେହ ଓ ଉଚ୍ଚ ରକ୍ତଚାପ ନିରାକରଣ ଶିବିର

 

ବ୍ରହ୍ମପୁର, (ଅଭିଜିତ କର):: ସ୍ଥାନୀୟ ବାବାଜୀ ତୋଟା ସାହି ସ୍ଥିତ ଅବସରପ୍ରାପ୍ତ ପୋଲିସ୍ ଅଫିସର ସଂଘ ସମ୍ମିଳନୀ କକ୍ଷରେ ରବିବାର‌ ଅପରାହ୍ନରେ ଏକ ମଧୁମେହ ଓ ଉଚ୍ଚ ରକ୍ତଚାପ ନିରାକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସଙ୍ଘ ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରର ବ୍ରହ୍ମପୁର ସାସ୍ଥ୍ୟ ସଦନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଏଣ୍ଡୋକ୍ରାଇନୋଲୋଜିଷ୍ଟ 

ଡକ୍ଟର ସୁନୀଲ କୋଟା ଏବଂ ଏବଂ ହୃଦରୋଗ ବିଶେଷଜ୍ଞ ଡକ୍ଟର ବଦ୍ରି ଦଣ୍ଡପାଣି ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଶିବିରରେ ଉପସ୍ଥିତ ଅବସରପ୍ରାପ୍ତ ପୋଲିସ ଅଧିକାରୀ ତଥା କର୍ମଚାରୀ ମାନଙ୍କୁ ମଧୁମେହ ଏବଂ ରକ୍ତଚାପ ସମ୍ବନ୍ଧିତ ଚିକିତ୍ସା ବିଷୟରେ ମୂଲ୍ୟବାନ ସୂଚନା ଦେଇଥିଲେ। ଏହାସହ ଏହି ରୋଗକୁ କିଭଳି ଭାବେ ନିୟନ୍ତ୍ରଣ କରିହେବ ସେନେଇ ମଧ୍ୟ ବିଭିନ୍ନ ପ୍ରକାର ସଚେତନତା ଓ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ପୋଲିସ ଅଧିକାରୀ ତଥା ପରାମର୍ଶଦାତା ସାନ୍ତନୁ ପାଢୀ ପରିଚାଳନା କରିଥିବା ବେଳେ, ସଚିବ ସହଦେବ ଗୌଡ, କୋଷାଧ୍ୟକ୍ଷ ବିଶ୍ୱନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏଥିରେ ୫୦ରୁ ଅଧିକ ସଦସ୍ୟ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Share this post

Previous Post Next Post