Breaking News

ଗଞ୍ଜାମର ଐତିହ୍ୟ ପରମ୍ପରାକୁ ବଜାୟ ରଖିଛି ମାଁ ଦଣ୍ଡକାଳୀ ଢୋଲିଆ ମହାସଂଘ


 • ମାଁ ଦଣ୍ଡକାଳୀ ଢୋଲିଆ ମହାସଂଘର ପ୍ରଥମ ବାର୍ଷିକୋତ୍ସବ ପାଳନ 

ବ୍ରହ୍ମପୁର, ୬/୧(ଅଭିଜିତ କର): ସ୍ଥାନୀୟ ନୀଳକଣ୍ଠେଶ୍ଵର ଶିବ ମନ୍ଦିର କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ସୋମ‌ବାର‌ ଅପରାହ୍ନ ସମୟରେ ମାଁ ଦଣ୍ଡକାଳୀ ଢୋଲିଆ ମହାସଂଘର ପ୍ରଥମ ବାର୍ଷିକୋତ୍ସବ ପାଳନ ହୋଇଯାଇଛି । ଗଞ୍ଜାମ ଢୋଲିଆ ମହାସଂଘର ସଭାପତି ଲୋକନାଥ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟର ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଶ୍ରୀ ତୁତୁନ୍ ପାତ୍ର, ଗଞ୍ଜାମ ଜିଲ୍ଲାର ବିଜେପି ଯୁବମୋର୍ଚ୍ଚାର ସଭାପତି ଶ୍ରୀ ଶିବ ଶଙ୍କର ନାୟକ, ଗଞ୍ଜାମ ଜିଲ୍ଲାର ବିଜେପି ଯୁବମୋର୍ଚ୍ଚାର ସମ୍ପାଦକ ଶ୍ରୀ ବି.ରବି ରାଓ, ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକ ତଥା ଦକ୍ଷିଣାଞ୍ଚଳ ସୂଚନା ଓ ଲୋକ ସମ୍ପର୍କ ଅଧୂକାରୀ ଶ୍ରୀ ରବି ନାରାୟଣ ବେହେରା, ଶ୍ରୀ କାର୍ତ୍ତିକ ପାଣିଗ୍ରାହୀ, ଶ୍ରୀ କୃଷ୍ଣଚନ୍ଦ୍ର ନିଶାଙ୍କ (ପୂର୍ବତନ ସଂସ୍କୃତି ବିଭାଗ), ଓଡ଼ିଶୀ ନାଟ୍ୟଗୁରୁ ଶ୍ରୀ ଶିବରାମ ବାରିକ, ସମାଜସେବୀ ଶ୍ରୀ ବାବୁ ଗୌଡ଼, ଶ୍ରୀ ଅଭୟେନ୍ଦୁ ଶେଖର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଶ୍ରୀ ସୁଦୀପ୍ ସାହୁ ଓ ତାରାତାରିଣୀ ମନ୍ଦିରର ମୁଖ୍ୟ ପୂଜକ ଶ୍ରୀ ଧ୍ରୁବ ରଣା ପ୍ରମୁଖ ସମ୍ମାନୀୟ ଅତିଥି ରୂପେ ଯୋଗଦାନ କରିଥିଲେ । 

ଏହି ପରିପ୍ରେକ୍ଷୀରେ ଅତିଥି ମାନେ ଢୋଲିଆ ମହାସଂଘର ଉତ୍ତରାତ୍ତୋର କାମନା କରିଥିଲେ। ସେହିପରି ଏହି ଲୋକକଳା ଗଞ୍ଜାମର ଏକ ଐତିହ୍ୟ ପରମ୍ପରା ସହ ଜଡ଼ିତ ଥିବା ହେତୁ ଏହାକୁ ପ୍ରଚଳିତ କରିଥିବା ସଦସ୍ୟ ମାନଙ୍କୁ ସହଯୋଗ କରିବା ନିମନ୍ତେ ପ୍ରଶାସନର ସହାୟତା କିଭଳି ମିଳିପାରିବ ସେନେଇ ସଂସ୍କୃତି ଅଧିକାରୀ ଶ୍ରୀ ବେହେରା ଉପଦେଶ ଦେଇଥିଲେ। ସେପରି ଅନ୍ୟ ଅତିଥି ମାନେ ମଧ୍ୟ ନିଜ ନିଜ ବକ୍ତବ୍ୟରେ ସଂଘର କାର୍ଯ୍ୟପନ୍ଥା କୁ ସାଧୁବାଦ ଜଣାଇବା ସହ ଏହା କିଭଳି ଆହୁରି ଆଗକୁ ବଢ଼ିବାରେ ସମ୍ଭବ ହେବା ସେନେଇ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଗଞ୍ଜାମ ଢୋଲିଆ ମହାସଂଘର ଜେ. ଶ୍ରୀନୁ, ମିଟିକ ନାୟକ, ସୀମାଞ୍ଚଳ ଜେନା, ବିଶୁ ନାୟକ, ଜଗନ୍ନାଥ ଦାସ ପ୍ରମୁଖ ଗୁରୁ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଗୁରୁ ସମ୍ମାନରେ ସମ୍ମାନିତ କରାଗଲା । ଏହି ସଭା କାର୍ଯ୍ୟକ୍ରମକୁ ଉପ ସଭାପତି ତାରା ପ୍ରସାଦ ଦାଶ ସଂଯୋଜନା କରିଥିବା ବେଳେ, ଶେଷରେ ସମ୍ପାଦକ ଖଲି ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସହ ସମ୍ପାଦକ ରଞ୍ଜନ ଦାସ ଓ କୋଷାଧ୍ୟକ୍ଷ ସନ୍ତୋଷ କୁମାର ସାହୁଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ବେଳେ ମହାସଂଘର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ପ୍ରଥମ ବାର୍ଷିକ ଉତ୍ସବ ପାଳନ ହୋଇଥିଲା।

Type and hit Enter to search

Close