ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ, ନିୟୋଜିତ ହୋଇଛନ୍ତି ୨୨ଟି ଟିମ୍


ଭିତରକନିକାରେ ଆରମ୍ଭ ହେଲା କୁମ୍ଭୀର ଗଣନା। ଆଜିଠୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କାର୍ଯ୍ୟ କରାଯିବ। ସେଥିପାଇଁ ଭିତରକନିକାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। କୁମ୍ଭୀରଙ୍କ ବଂଶବୃଦ୍ଧି ଓ ସଂଖ୍ୟାକୁ ଆକଳନ କରିବା ପାଇଁ କୁମ୍ଭୀର ଗଣନା କରାଯାଉଛି। ଏହି ଗଣନା ପାଇଁ ଭିତରକନିକାର ୫ଟି ରେଂଜରେ ୨୨ଟି ଟିମ୍ ନିୟୋଜିତ ହୋଇଛନ୍ତି ।

ପ୍ରତ୍ୟେକ ଟିମ୍‌ରେ ୭/୮ ଜଣ ବନ କର୍ମଚାରୀ ସାମିଲ ମଧ୍ୟ ହୋଇଛନ୍ତି ।  ଭିତରକନିକାରେ ମିଶିକି ଥିବା ନଦୀ, ନାଳଗୁଡ଼ିକରେ ମଧ୍ୟ କୁମ୍ଭୀରମାନଙ୍କର ଗଣନା କରାଯିବ ବୋଲି ସୂଚନା ମିଳିଛି। ରାଜନଗର ବନଖଣ୍ଡର କନିକା, ରାଜନଗର, ମହାକାଳପଡ଼ା ଓ ଗହୀରମଥା ୪ଟି ରେଞ୍ଜରେ କୁମ୍ଭୀର ଗଣନା କରାଯାଉଛି ।

Share this post

Previous Post Next Post