ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ
ବ୍ରହ୍ମପୁର,୧୪/୧ (ଅଭିଜିତ କର): ସ୍ଥାନୀୟ ହିଲପାଟଣା ସ୍ଥିତ ମହାନ ସଂଘ କାର୍ଯ୍ୟଳୟରେ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ ପବିତ୍ର ମକର ସଂକ୍ରାନ୍ତି ତିଥି ଅବସରରେ ବ୍ୟାସକବି ଫକୀରମୋହନଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଛି । ପ୍ରତିଷ୍ଠାନର ସଭାପତି ଶ୍ରୀ ସୁଶାନ୍ତ ସାବତ ସଭାକୁ ଅଧ୍ୟକ୍ଷତା କରି ଫକୀର ମୋହନ ସେନାପତି ଓଡିଶା ସାହିତ୍ୟ ଜଗତର ଅମୁଲ୍ୟ ରତ୍ନ ଥିଲେ, ତାଙ୍କ ରଚିତ ଛ' ମାଣ୍ ଆଣ୍ଠଗୁଣ୍ଠ, ରେବତୀ, ସୁନାବୋହୁ, ଡାକ ମୁନୁସୀ, ଧୁଳିଆ ବାବା ଭଳି ଅନେକ ଉପନ୍ୟାସ ଆଜି ବି ଅମୁଲ୍ୟ ରତ୍ନ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସଦସ୍ୟ ମାନେ ଫୋଟଚିତ୍ରରେ ଶ୍ରଦ୍ଧାଞ୍ଜଳି ଦେବା ସହ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ପ୍ରଭାସିନୀ ପଣ୍ଡା, ପ୍ରକାଶ ଚନ୍ଦ୍ର ଭଜନୀ, ରିତାଞ୍ଜଳୀ ସ୍ୱାଇଁ, ପ୍ରଫୁଲ୍ଲ କୁମାର ପାତ୍ର, ପୁଷ୍ପାଞ୍ଜଳି ମହାପାତ୍ର, ଅଲେଖ ଦାସ, ଡ଼. ସୁରଜିତ ପାଣିଗ୍ରାହୀ, ଆଦିତ୍ୟ ନାରାୟଣ ରଥ, ତପନ ଜେ ପଣ୍ଡାଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ମାନେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଶ୍ରୀମତୀ ନିବେଦିତା ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ ।